ଚେନ୍ନାଇ: ଚାରି ବର୍ଷର ବ‌ୈବାହିକ ଜୀବନ ପରେ ଆଦରଣୀୟ ଦକ୍ଷିଣ ଭାରତୀୟ ଦମ୍ପତି ଅଭିନେତ୍ରୀ ସାମନ୍ଥା ଓ ନାଗା ଚୈତନ୍ୟ ଛାଡ଼ପତ୍ର ଦେବେ ବୋଲି ଅକ୍ଟୋବର ୨ରେ ସାମାଜିକ ଗଣମାଧ୍ୟମରେ ଘୋଷଣା କରିଥିଲେ। ଭରଣପୋଷଣ ବାବଦକୁ ନାଗା ଚୈତନ୍ୟ ତାଙ୍କୁ ୨୦୦ କୋଟି ଟଙ୍କା ଯାଚିଛନ୍ତି।

Advertisment

କିନ୍ତୁ, ଆପଣା ଉଦ୍ୟମରେ ସଫଳତା ହାସଲକାରିଣୀ ନାରୀ ହୋଇଥିବାରୁ ନାଗା ଚୈତନ୍ୟ ଏବଂ ତାଙ୍କ ପରିବାର ଯାଚିଥିବା ୨୦୦ କୋଟି ଟଙ୍କା ଗ୍ରହଣ କରିବାକୁ ଅଭିନେତ୍ରୀ ସାମନ୍ଥା ମନା କରିଦେଇଛନ୍ତି।

ବିବାହ ବାର୍ଷିକୀର ଚତୁର୍ଥ ବର୍ଷ ପୂର୍ତ୍ତିର ୫ ଦିନ ପୂର୍ବରୁ ସେମାନେ ଏଭଳି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ପରସ୍ପରଙ୍କ ସହମତି ଆଧାରରେ ଦୁହେଁ ଛାଡ଼ପତ୍ର ପାଇଁ ଆବେଦନ କରିବେ ବୋଲି ଜଣାପଡ଼ିଛି।

publive-image Image Courtesy of Flipboard

ଅନେକ ଚିନ୍ତା କରିବା ପରେ ସାମନ୍ତା ଭରଣପୋଷଣ ବାବଦ ପ୍ରାପ୍ୟକୁ ଅଗ୍ରାହ୍ୟ କରିବା ସହ ଚୈତନ୍ୟ କିଂବା ତାଙ୍କ ପରିବାରରୁ ପଇସାଟିଏ ବି ନେବେ ନାହିଁ କହିଛନ୍ତି। କଠିନ ଶ୍ରମ ଓ ପ୍ରଚେଷ୍ଟା ବଳରେ ଅଭିନେତ୍ରୀ ସାମନ୍ତା ଟଲିଉଡ୍‌ର ଶୀର୍ଷରେ ପହଞ୍ଚିପାରିଛନ୍ତି। ତେଣୁ, ସେ ଏହି ବିବାହ-ବିଚ୍ଛେଦରୁ ଅର୍ଥ ଚାହାନ୍ତି ନାହିଁ ବୋଲି ସ୍ଥିର କରିଥିବା କଥା ଜଣାଇଛନ୍ତି।

ବ୍ୟକ୍ତିଗତ ସମସ୍ୟାକୁ ଏଡ଼ାଇ ସମ୍ପ୍ରତି ଅଭିନେତ୍ରୀ ସାମନ୍ତା ଆପଣା କାର୍ଯ୍ୟରେ ଧ୍ୟାନ ଦେଉଥିବା କଥା ତାଙ୍କର ନିକଟତମଙ୍କ ସୂତ୍ରରୁ ପ୍ରକାଶ। ସେ କହିଛନ୍ତି, ପ୍ରତିଦିନ କାମକୁ ବାହାରିଯିବା ଏବେ ସାମନ୍ତାଙ୍କ ପାଇଁ ସହଜ କଥା ନୁହେଁ। ସେ ଅତି ବିଷାଦଗ୍ରସ୍ତ ହୋଇପଡ଼ିଛନ୍ତି। କିନ୍ତୁ, ତାଙ୍କ ବ୍ୟକ୍ତିଗତ ଜୀବନ ହେତୁ ତାଙ୍କର ସମ୍ପୃକ୍ତି ଥିବା କୌଣସି ପ୍ରୋଜେକ୍ଟ୍‌ର ସେ କ୍ଷତି ଚାହାଁନ୍ତି ନାହିଁ।

ବିବାହ ବିଚ୍ଛେଦ ଯୋଗୁଁ ସାମନ୍ଥା ଏବଂ ନାଗା ଚୈତନ୍ୟଙ୍କ ପ୍ରଶଂସକମାନେ ଗଭୀର ମାନସିକ ଆଘାତ ପାଇଛନ୍ତି।