ଏହି ବିରଳ ରୋଗରେ ପୀଡିତ ଅଛନ୍ତି ସମନ୍ଥା, ହସ୍ପିଟାଲରୁ ସେୟାର କଲେ ଫଟୋ

ଚେନ୍ନାଇ: ସାଉଥ ଅଭିନେତ୍ରୀ ସମନ୍ଥା ପ୍ରାୟତଃ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଥା’ନ୍ତି | ସମନ୍ଥା ତାଙ୍କ ଚଳଚ୍ଚିତ୍ର ‘ଯଶୋଦା’ର ଟ୍ରେଲରକୁ ନେଇ ଏବେ ପ୍ରଶଂସକମାନେ ପ୍ରଶଂସା କରୁଥିବାବେଳେ ସେ ଦର୍ଶକଙ୍କୁ ଧନ୍ୟବାଦ ଜଣାଇଛନ୍ତି। ତେବେ ସମନ୍ଥା ବର୍ତ୍ତମାନ ଏକ ବିରଳ ରୋଗରେ ପୀଡିତ ଅଛନ୍ତି | ସେ ଆଜି ଲେଖିଛନ୍ତି, ଯେ ‘ଯଶୋଦା ଟ୍ରେଲରକୁ ଆପଣଙ୍କର ମିଳିଥିବା ଭଲପାଇବା ଜବରଦସ୍ତ ଥିଲା | ଏହି ଭଲପାଇବା ହିଁ ମୋତେ ଜୀବନରେ ସମ୍ମୁଖୀନ ହେଉଥିବା ଅସୀମ ଆହ୍ୱାନର ମୁକାବିଲା କରିବାକୁ ଶକ୍ତି ଦେଇଥାଏ।

କିଛି ମାସ ପୂର୍ବରୁ ମୋତେ ମାୟୋସିଟିସ ନାମକ ଏକ ବିରଳ ରୋଗ ହୋଇଥିବାର ଜଣାପଡିଥିଲା | ମୁଁ ସୁସ୍ଥ ହେବା ପରେ ଏବାବଦରେ ଜଣାଇବାକୁ ଚାହୁଁଥିଲି, କିନ୍ତୁ ମୋର ଆଶା ଅପେକ୍ଷା ସୁସ୍ଥ ହେବାକୁ ଅଧିକ ସମୟ ଲାଗୁଛି | ଡାକ୍ତରମାନେ ନିଶ୍ଚିତ ଅଛନ୍ତି ଯେ ମୁଁ ଶୀଘ୍ର ସମ୍ପୂର୍ଣ୍ଣ ଆରୋଗ୍ୟ ହେବି। ମୋର ଭଲ ଦିନ ଏବଂ ଖରାପ ଦିନ ଅଛି | ‘ଶାରୀରିକ ଏବଂ ଭାବନାତ୍ମକ ଭାବରେ ମୋତେ ଲାଗୁଛି ଯେ ମୁଁ ଗୋଟିଏ ବି ଦିନ ଆଉ ସମ୍ଭାଳିପାରିବି ନାହିଁ | କିନ୍ତୁ କୌଣସି ପ୍ରକାରେ ସେହି ମୁହୂର୍ତ୍ତଟି ଅତିବାହିତ ହୁଏ | ମୁଁ ଅନୁମାନ କରୁଛି ଏହାର ଅର୍ଥ କେବଳ ଗୋଟିଏ ହିଁ ହୋଇପାରେ ଯେ ମୁଁ ସୁସ୍ଥ ହେବାର ସମୟ ପାଖକୁ ଆସୁଛି’ | ସୂଚନା ଥାଉ କି ଯେ ସମନ୍ଥା ଏହା ସହିତ ନିଜର ଏକ ଫଟୋ ସେୟାର କରିଛନ୍ତି | ଏଥିରେ ସେ ତାଙ୍କ ହାତରେ ସାଲାଇନ ଲାଗିଥିବାର ଦେଖିବାକୁ ମିଳିଛି |

ସମ୍ବନ୍ଧିତ ଖବର