ଓଲିଉଡ୍ର ଲୋକପ୍ରିୟ ଅଭିନେତା ସମରେଶ ଏବେ ପୁଣି ଚର୍ଚ୍ଚାକୁ ଫେରିଛନ୍ତି। ତାଙ୍କର ଆଗାମୀ ସିନେମା ‘ସାର୍’ରେ ସେ ନିଭାଇଥିବା ଚରିତ୍ର ସମୀକ୍ଷକଙ୍କ ଦୃ୍ଷ୍ଟି ଆକର୍ଷଣ କରିଛି। ଏଥିରେ ସେ ଜଣେ ଅତ୍ୟନ୍ତ ଆଦର୍ଶବାଦୀ ଶିକ୍ଷକ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି ଏବଂ ତାଙ୍କ ଚରିତ୍ରର ନାମ ରହିଛି ଅବନୀ ମହାନ୍ତି। ଏଭଳି ଏକ ଚରିତ୍ର ତାଙ୍କୁ ପ୍ରଥମଥର ମିଳିଛି ଏବଂ ଜଣେ ସୁଶିକ୍ଷକ ଓ ଛାତ୍ର ମଧ୍ୟରେ ଥିବା ସଂପର୍କକୁ ନେଇ କାହାଣୀ ଗତିଶୀଳ ହୋଇଛି। ସତ୍ୟ ଘଟଣା ଆଧାରିତ ଏହି ସିନେମାର ପ୍ରଯୋଜନା ସହିତ କାହାଣୀ ଓ ସଂଳାପ ଲେଖିଛନ୍ତି ଡ. କମଳଲୋଚନ ସାହୁ। ଅଭିଜ୍ଞ କେଶବ ମଲ୍ଲିକ ଏହାର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି। ଏଥିରେ ସମରେଶଙ୍କ ବ୍ୟତୀତ ଅଭିଷେକ, ଦୀପନ୍ବିତ ଦାଶ ମହାପାତ୍ର ଓ ଅର୍ଲିନ୍ ଅଙ୍କିତା ପ୍ରମୁଖ ମୁଖ୍ୟ ଭୂମିକାରେ ଅଛନ୍ତି।
ସୂଚନାଯୋଗ୍ୟ, ଜ୍ୟୋତି ପ୍ରକାଶଙ୍କ ନିର୍ଦ୍ଦେଶିତ ଓଡ଼ିଆ ଛବି ‘ମୋ ସୁନା ପୁଅ’ରୁ ନାୟକ ଭାବେ ଓଲିଉଡ୍ରେ କ୍ୟାରିୟର୍ ଆରମ୍ଭ କରିଥବା ସମରେଶ ପରେ ଅଧିକାଂଶ ଓଡ଼ିଆ ଛବିରେ ଖଳନାୟକ କିମ୍ବା ଚରିତ୍ର ଅଭିନେତା ଭାବେ ନଜର ଆସିଛନ୍ତି। ଓଡ଼ିଆ ଚଳଚ୍ଚିତ୍ର ‘ନାମର୍ଦ୍ଦ’ ପାଇଁ ଶ୍ରେଷ୍ଠ ଅଭିନେତା ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିବା ସମରେଶ ରାଉତରାୟ ତାଙ୍କର ଏହି ନୂଆ ସିନେମା ଲାଗି ବି ଅନୁରୂପ ଆଶା ବାନ୍ଧିଛନ୍ତି।
ଶୀର୍ଷକ ଭୂମିକାରେ ସମରେଶ
ଓଲିଉଡ୍ର ଲୋକପ୍ରିୟ ଅଭିନେତା ସମରେଶ ଏବେ ପୁଣି ଚର୍ଚ୍ଚାକୁ ଫେରିଛନ୍ତି। ତାଙ୍କର ଆଗାମୀ ସିନେମା ‘ସାର୍’ରେ ସେ ନିଭାଇଥିବା ଚରିତ୍ର ସମୀକ୍ଷକଙ୍କ ଦୃ୍ଷ୍ଟି ଆକର୍ଷଣ କରିଛି। ଏଥିରେ ସେ ଜଣେ ଅତ୍ୟନ୍ତ ଆଦର୍ଶବାଦୀ ଶିକ୍ଷକ...
/sambad/media/media_files/2025/06/22/zcvsdgfg-2025-06-22-06-01-41.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)