ପ୍ରଥମ ଥର ପାଇଁ ଏହି ଲୋକପ୍ରିୟ ନାୟକଙ୍କ ସହ ନଜର ଆସିବେ ଦେବଯାନୀ

ଭୁବନେଶ୍ବର: ଓଲିଉଡର ଜଣେ ଲୋକପ୍ରିୟ ନାୟକଙ୍କ ସହିତ ପ୍ରଥମ ଥର ପାଇଁ ନାୟିକା ଦେବଯାନୀ କାମ କରୁଛନ୍ତି। ଏହି ନାୟକଜଣକ ହେଲେ ସମ୍ବିତ । ଯେଉଁ ସିନେମାରେ ସମ୍ବିତ- ଦେବଯାନୀ ଯୋଡ଼ି ପ୍ରଥମ ଥର ପାଇଁ ଏକାଠି ଆସୁଛନ୍ତି, ତାହାର ଶୀର୍ଷକ ହେଲା ‘ଇନ୍ଦ୍ରଜାଲ’। ରମେଶ ବାରିକ ଏହି ସିନେମାର ପ୍ରଯୋଜନା କରିଥିବା ବେଳେ, ଏହାର ନିର୍ଦ୍ଦେଶକ ହେଲେ ପିନୁ ନାୟକ । ‘ଇନ୍ଦ୍ରଜାଲ’ରେ ସିଦ୍ଧାନ୍ତ ମହାପାତ୍ରଙ୍କୁ ବି ଦେଖିବାକୁ ମିଳିବ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକାରେ।
ପ୍ରଯୋଜକ ରମେଶ ବାରିକ ଆଗରୁ ‘ଟାଇଗର’, ‘ରୋମିଓ ଜୁଲିଅଟ୍’, ‘ଜଷ୍ଟ ମୋହବତ୍’, ‘ଦେଖା ହେଲା ପ୍ରେମ ହେଲା’, ‘ବ୍ରେକ୍ଅପ୍ ଲଭ୍’ ଭଳି ସିନେମା ନିର୍ମାଣ କରିଛନ୍ତି।

ସୂଚନାଯୋଗ୍ୟ, ସମ୍ବିତ ‘ପ୍ରେମ ଓ୍ଵଡ୍ସ ପ୍ରିୟା’ରୁ କ୍ୟାରିଅର୍ ଆରମ୍ଭ କରିବା ପରେ ବାଳୁଙ୍ଗା ଟୋକା, ଓମ୍ , ଗଞ୍ଜା ଲଢ଼େଇ, ସଲାମ୍ ସିନେମା , ଚଉକା ଛକା, ବନ୍ଧନ, କଟକ-ଦ ସିଲଭର ସିଟି, ‘ଆଶିକ୍’ , ‘ଲେଖିଛି ନାଆଁ ତୋର’,‘ଛାତି ତଳେ ଡିଂ ଡଙ୍ଗ୍’, ‘ହାପି ଲକି’ ‘ମନ ଖାଲି ତତେ ଚାହେଁ’ ଓ ‘ପ୍ରେମ ପାଇଁ ମହାଭାରତ’ଇତ୍ୟାଦି ଓଡ଼ିଆ ଛବିରେ ଅଭିନୟ କରିସାରିଲେଣି ।
ଅପରପକ୍ଷରେ ଦେବଯାନୀ ନାୟିକାଭାବେ ଓଡ଼ିଆ ଛବି ‘ରଙ୍ଗିଲା ଟୋକା ’, ‘ଖାସ୍ ତୁମରି ପାଇଁ’ ଓ ‘ଅଜାତ ଶତ୍ରୁ’ ଆଦି ସିନେମାରେ ଅଭିନୟ କରିଛନ୍ତି ।
ପ୍ରଥମ ଥରପାଇଁ ସମ୍ବିତ – ଦେବଯାନୀ ଯୋଡ଼ି କି କମାଲ୍ କରୁଛନ୍ତି, ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର