‘ଫ୍ଲପ୍ ସିନେମା’ରେ ଏଭଳି ଭୂମିକାରେ ଆସୁଛନ୍ତି ଲୋକପ୍ରିୟ ନାୟକ ସମ୍ବିତ

ଭୁବନେଶ୍ବର: ଓଲିଉଡର ଲୋକପ୍ରିୟ ନାୟକ ସମ୍ବିତଙ୍କର ଏକ ନୂଆ ଓଡ଼ିଆ ସିନେମାର ସୁଟିଂ ଶେଷ ହୋଇଥିବାର ଖବର ମିଳିଛି। ତାହା ହେଲା ‘ଫ୍ଲପ୍ ସିନେମା’। ବବି ମିଶ୍ରଙ୍କ ପ୍ରଯୋଜିତ ତଥା ନିରଞ୍ଜନ ବେହେରାଙ୍କ ନିର୍ଦେଶିତ ଏହି ସିନେମାରେ ସମ୍ବିତଙ୍କ ନାୟିକା ହେଲେ ରୀୟା। ଏହା ଏକ ଭିନ୍ନ ଧରଣର କାହାଣୀ ହୋଇଥିବା ହେତୁ ଫିଲ୍ମକୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି ସମ୍ବିତ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବବି ମିଶ୍ର, ପିଣ୍ଟୁ ନନ୍ଦ, ପ୍ରଦ୍ୟୁମ୍ନ ଲେଙ୍କା ଓ ବିଜୁ ବଡ଼ଜେନା ପ୍ରମୁଖଙ୍କୁ ବି ଦେଖିବାକୁ ମିଳିବ।
ହେଲେ ଆପଣ କ’ଣ ଜାଣନ୍ତି କି ‘ଫ୍ଲପ୍ ସିନେମା’ରେ ସମ୍ବିତଙ୍କୁ ନକାରାତ୍ମକ ଭୂମିକାରେ ଦେଖିବାକୁ ମିଳିବ। କୁହାଯାଉଛି ଯେ ଜଣେ ନାୟକ କିପରି ସିନେଶିଳ୍ପରେ ସମସ୍ୟା ତିଆରି କରୁଛନ୍ତି ,ତାହା ଏଥିରେ ଦର୍ଶାଯାଇଛି। ସମ୍ବିତ ପ୍ରଥମ ଥର ଲାଗି ଆଣ୍ଟି ହିରୋ ଭାବେ ପରଦାକୁ ଆସିବେ। ଦେଖାଯାଉ ,ଏଭଳି ନକରାତ୍ମକ ଭୂମିକାରେ ତାଙ୍କୁ ଦର୍ଶକ ପସନ୍ଦ କରୁଛନ୍ତି କି ନା!

ସୂଚନାଯୋଗ୍ୟ, ସମ୍ବିତ ‘ପ୍ରେମ ଓ୍ଵଡ୍‌ସ ପ୍ରିୟା’ ଫିଲ୍ମରୁ କ୍ୟାରିଅର୍‌ ଆରମ୍ଭ କରିବା ପରେ କେବେ ବି ଅଟକି ନାହାନ୍ତି। ୨୦୧୮ରେ ତାଙ୍କୁ ମାତ୍ର ଦୁଇଟି ଫିଲ୍ମ ‘ହାପି ଲକି’ଓ ‘ମନ ଖାଲି ତତେ ଚାହେଁ’ରେ ଦେଖିବାକୁ ପାଇଥିଲେ ଦର୍ଶକ। ୨୦୧୯ରେ ବି ତାଙ୍କର ଗୋଟିଏ ସିନେମା ମୁକ୍ତିଲାଭ କରିଥିଲା। ଏହା ହେଲା ‘ପ୍ରେମ ପାଇଁ ମହାଭାରତ’।
ସେ ଯାହା ହେଉନା କାହିଁକି,ଏବର୍ଷ ତାଙ୍କର କେତୋଟି ସିନେମା ରିଲିଜ୍ ଅପେକ୍ଷାରେ ରହିଛି। ଏଥିମଧ୍ୟରୁ ଗୋଟିଏ ହେଲା ‘ଫ୍ଲପ୍ ସିନେମା’।

ସମ୍ବନ୍ଧିତ ଖବର