କେବେ ପରଦାକୁ ଆସିବ ପୁଣି ସମ୍ବିତ୍‌-ଝିଲିକଙ୍କ ରୋମାନସ୍‌?

ଭୁବନେଶ୍ୱର : ୨୦୦୪ରେ ବ୍ରଜରାଜ ମୁଭିଜ୍‌ ବ୍ୟାନରରେ ମୁକ୍ତିଲାଭ କରିଥିଲା ଏକ ବ୍ଲକବଷ୍ଟର ଓଡ଼ିଆ ସିନେମା ଯାହାର ଟାଇଟଲ ହେଲା ‘ଆଇ ଲଭ୍‌ ୟୁ’ । ସଂଜୟ ନାୟକ (ଟୁଟୁ) ଥିଲେ ଏହାର ପ୍ରଯୋଜକ ଓ ହର ପଟ୍ଟନାୟକ ନିର୍ଦ୍ଦେଶକ । ଏଥିରେ ନାୟକ ଭାବେ ଅନୁଭବ ମହାନ୍ତିଙ୍କୁ ଲଞ୍ଚ୍‌ କରାଯାଇଥିଲା ଏବଂ ତାଙ୍କ ଅପୋଜିଟ୍‌ରେ କାଷ୍ଟ୍‍ କରାଯାଇଥିଲା ନମ୍ରତା ଥାପ୍ପାଙ୍କୁ । ଫିଲ୍ମଟିକୁ ବିପୁଳ ବ୍ୟାବସାୟିକ ସଫଳତା ମିଳିଥିଲା । ଏଥିରେ ନାୟକ ଅନୁଭବଙ୍କ ନାଆଁ ଥିଲା ସଂଜୟ ଆଉ ନାୟିକାର ନାମ ଗୀତା । ଏହି ସଂଜୟ ଓ ଗୀତାଙ୍କ ପ୍ରେମ କାହାଣୀକୁ ବେଶ୍‌ ପସନ୍ଦ କରିଥିଲେ ।


ଦୀର୍ଘ ବାର ବର୍ଷ ପରେ ପୁଣି ସେହି ସଂଜୟ-ଗୀତାଙ୍କ ପ୍ରେମ କାହାଣୀର ପରିବର୍ତ୍ତିତ ରୂପକୁ ପରଦାକୁ ଆଣିବାର ପ୍ରୟାସ କରିଥିଲେ ନିଜେ ପ୍ରଯୋଜକ ସଂଜୟ ନାୟକ (ଟୁଟୁ) । ହଁ , ଯେଉଁ ଛବିରେ ଏହା ଦେଖିବାକୁ ମିଳିବ, ତା’ର ଶୀର୍ଷକ ହେଲା ‘ଆଇ ଲଭ୍‌ ୟୁ -୨’ । ଏବେ ସଂଜୟ ଓ ଗୀତା ଭୂମିକାରେ ଅଛନ୍ତି ଯଥାକ୍ରମେ ସମ୍ବିତ୍‌ ଓ ଝିଲକ୍‌ । ଠିକ୍‌ ଯେଉଁଠିହେଲା ‘ଆଇ ଲଭ୍‌ ୟୁ’ର ସଂଜୟ- ଗୀତାଙ୍କ କଥା ସରିଥିଲା, ଠିକ୍‌ ସେଇଠୁଁ ଆରମ୍ଭ ହୋଇଛି ସେମାନଙ୍କର କାହାଣୀ । କେଉଁଠି ଏହାର ପରିସମାପ୍ତି ଘଟୁଛି, ତାହା ଜଣାପଡିବ ‘ଆଇ ଲଭ୍‌ ୟୁ -୨’ର କ୍ଲାଇମାକ୍ସରେ । କିନ୍ତୁ ଏହା ଅଧାରେ ଅଟକି ରହିଛି। ସମ୍ବିତ୍‌-ଝିଲିକଙ୍କ ରୋମାନସ୍‌ ଦର୍ଶକ ଆଗରୁ ‘ତୁମକୁ ଦେଖିଲା ପରେ’ରେ ଦେଖି ସାରିଛନ୍ତି। ଦେଖାଯାଉ କେବେ ପରଦାକୁ ଆସୁଛି ‘ଆଇ ଲଭ୍‌ ୟୁ -୨’!

ସମ୍ବନ୍ଧିତ ଖବର