ତିନିଟି ଓଡ଼ିଆ ଛବିରେ ଆସୁଛନ୍ତି ସମ୍ବିତ-ରୀୟା ଯୋଡ଼ି

ଭୁବନେଶ୍ବର: ଓଲିଉଡର ଲୋକପ୍ରିୟ ନାୟିକା-ନାୟିକା ସମ୍ବିତ-ରୀୟା ଯୋଡ଼ିଙ୍କୁ ପୁଣି ଦେଖିବାକୁ ପାଇବେ ସିନେପ୍ରେମୀ। ଏହି ଯୋଡ଼ି ତିନିଟି ଓଡ଼ିଆ ଛବିରେ ଆସୁଛନ୍ତି। ଏଥିମଧ୍ୟରୁ ଗୋଟିଏ ହେଲା ‘ତୁ ଚଗଲି ମୁଁ ଚଗଲା’।  ମୁନ୍ ଟିଭି ବ୍ୟାନରରେ ନିର୍ମାଣାଧୀନ ଏହି ସିନେମାର ନିର୍ଦ୍ଦେଶନା ଦେଉଛନ୍ତି ବିନି ପଟ୍ଟନାୟକ। ଡକ୍ଟର ରଜନୀରଞ୍ଜନ ଏହାର ସଂଳାପ ଲେଖିଥିବା ବେଳେ ପ୍ରେମ ଆନନ୍ଦ ସଙ୍ଗୀତ ଦାୟିତ୍ବରେ ଅଛନ୍ତି। ଏହା ଏକ ରୋମାଣ୍ଟିକ୍ କମେଡି ବୋଲି କୁହାଯାଉଛି।

ସମ୍ବିତ-ରୀୟା ଯୋଡ଼ିଙ୍କ ଅଭିନୀତ ଏକ ନୂଆ ସିନେମା ହେଲା ‘ଫ୍ଲପ୍ ସିନେମା। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି,  ପିଣ୍ଟୁ ନନ୍ଦ, ଶ୍ରୀତମ ଦାସ, ଦେବୁ ବ୍ରହ୍ମାଙ୍କ ସମେତ ଓଲିଉଡର ବହୁ ଜଣାଶୁଣା କଳାକାର ଅଭିନୟ କରିଛନ୍ତି। ନିରଞ୍ଜନ ବେହେରା ଏହାର ନିର୍ଦ୍ଦେଶକ। ଏଥିରେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ ମଜୁମଦାର।

ନିର୍ଦ୍ଦେଶକ ଶ୍ରୀକାନ୍ତ ଗୌତମଙ୍କ ଦ୍ୱିତୀୟ ସିନେମା ‘ଯୋଉଠି ଥିଲେ ବି  ତୁ ମୋର’ରେ ବି  ସମ୍ବିତଙ୍କ ସହ ଦେଖା ଦେବେ ରୀୟା। ଏହା ବ୍ୟତୀତ  ବବି ମିଶ୍ର, ପୁପିନ୍ଦର, ମେଘନା ମିଶ୍ର ପ୍ରମୁଖଙ୍କୁ ଏହି ଫିଲ୍ମରେ ଦେଖିବାକୁ ପାଇବେ ଦର୍ଶକ। ପ୍ରେମ ଆନନ୍ଦ ଏହାର ସଙ୍ଗୀତ ନିର୍ଦ୍ଦେଶକ।

ସୂଚନାଯୋଗ୍ୟ, ଏହା ପୂର୍ବରୁ ଦର୍ଶକ ନିରଞ୍ଜନ ବେହେରାଙ୍କ ନିର୍ଦ୍ଦେଶିତ ସମ୍ବତ-ରୀୟାଙ୍କ ଯୋଡ଼ିଙ୍କୁ ‘ପ୍ରେମ ପାଇଁ ମହାଭାରତ’ରେ ଦେଖିବାକୁ ପାଇଛନ୍ତି।

ସମ୍ବନ୍ଧିତ ଖବର