ନାୟକ ସମ୍ବିତ୍ ୨୦୧୧ରେ ମୁକ୍ତିଲାଭ କରିଥିବା ‘ପ୍ରେମ୍ ୱେଡ୍ସ୍ ପ୍ରିୟା’ରୁ ନାୟକ ଭାବେ ବଡ଼ ପରଦାରେ କ୍ୟାରିୟର୍ ଆରମ୍ଭ କରିଥିଲେ। ଏଥିରେ ତାଙ୍କର ନାୟିକା ଥିଲେ ସୁପର୍ଣ୍ଣା ସିଂହ। ଏହାପରେ ସେ ପ୍ରାୟ ୧୪ବର୍ଷ ଧରି ନିୟମିତ ଭାବେ ସିନେମାରେ ଅଭିନୟ କରି ଆସୁଛନ୍ତି। ଏହି ସମୟ ମଧ୍ୟରେ ସେ ଝିଲିକ୍, ରୀୟା, ପୁନମ୍, କୋଏଲ୍, ତମନ୍ନା, ସମ୍ଭାବନା, ସସ୍ମିତା ଓ ଅର୍ଲିନ୍ ଅଙ୍କିତାଙ୍କ ଭଳି ଜଣାଶୁଣା ନାୟିକାଙ୍କ ସହ କାମ କରିଛନ୍ତି।
ଏଣେ ସ୍ୱପ୍ନା ପ୍ରିୟଦର୍ଶିନୀଙ୍କୁ ତାପସ ସରଘରିଆଙ୍କ ନିର୍ଦ୍ଦେଶିତ ଓଡ଼ିଆ ଫିଲ୍ମ ‘ଲଭ୍ ଇନ୍ ଲଣ୍ଡନ୍’ରେ ଅନୁଭବଙ୍କ ବିପକ୍ଷରେ ଦେଖିବାକୁ ମିଳିଥିଲା। ଏହାପରେ ତାଙ୍କୁ ଅନ୍ୟ କୌଣସି ଓଡ଼ିଆ ଛବିରେ ଦେଖିବାକୁ ମିଳି ନଥିଲା। ଅବଶ୍ୟ ସେ କେତୋଟି ଟେଲି ସିନେମାରେ ନଜର ଆସିଛନ୍ତି। ତେବେ ସ୍ୱପ୍ନା ପ୍ରିୟଦର୍ଶିନୀଙ୍କ ଏକ ନୂଆ ସିନେମା ‘ସ୍ବାଗ୍ ରାଜା’ ଫ୍ଲୋର୍ରେ ଥିବା ବେଳେ ତାଙ୍କୁ ‘ଲାଇନ୍ବାଲା’ ଶୀର୍ଷକରେ ଆଉଏକ ସିନେମା ମିଳିଛି। ସୁଶାନ୍ତ ମହାନ୍ତିଙ୍କ ପ୍ରଯୋଜିତ ଏହି ଓଡ଼ିଆ ଛବିରେ ସ୍ୱପ୍ନା ପ୍ରିୟଦର୍ଶିନୀଙ୍କୁ ପ୍ରଥମଥର ପାଇଁ ନାୟକ ସମ୍ବିତ୍ଙ୍କ ବିପକ୍ଷରେ ଦେଖିବାକୁ ମିଳିବ। ଏହା ସମ୍ବିତ୍-ସ୍ବପ୍ନା ଯୋଡ଼ିଙ୍କର ପ୍ରଥମ ସିନେମା। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଅଶ୍ରୁମୋଚନ ମହାନ୍ତି, ଦେବୁ ବ୍ରହ୍ମା ଓ ପ୍ରତିଭା ପଣ୍ଡା ପ୍ରମୁଖ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ନଜର ଆସିବେ। ନିରଞ୍ଜନ ବେହେରା ଏହାର ନିର୍ଦ୍ଦେଶକ। ଦଶହରା ପରେ ଏହି ସିନେମାର ସୁଟିଂ ଆରମ୍ଭହେବ ବୋଲି ପ୍ରଯୋଜକ ସୂଚନା ଦେଇଛନ୍ତି।