ସନାଙ୍କର ଇଏ କି ଇଚ୍ଛା!

ଅବସର ସମୟରେ ବହି ପଢ଼ିବାକୁ, ପସନ୍ଦର ବହି କିଣିବାକୁ, ଲୁଡୋ ଖେଳିବାକୁ, ବନ୍ଧୁ-ବାନ୍ଧବୀଙ୍କ ସଙ୍ଗେ ଘରେ ବସି ଖଟି ମାରିବାକୁ ତଥା ରୋଷେଇ କରିବାକୁ ଭଳପାଆନ୍ତି, ସନା ଖାନ। ଏବେ ଘୋଡ଼ା-ଚଢ଼ା ଶିଖିବା ପାଇଁ ସେ ମନ କରିଛନ୍ତି। ଅଭ୍ୟାସ ହୋଇଗଲେ, ଏହା ମାଧ୍ୟମରେ ମଧ୍ୟ ଅବସର କାଟିବେ। ବାହାରେ କୌଣସି ପ୍ରକାରର ଆସରରେ ମଉଜ-ମଜଲିସ, ତାଙ୍କର ପସନ୍ଦ ନୁହେଁ। ନିହାତି ବାଧ୍ୟବାଧକତା ନ ଥିଲେ, ପାର୍ଟି-ଫାର୍ଟି ଯାଆନ୍ତିନାହିଁ। ୨୦୧୪ରେ ସନା ‘ସୋସାଇଟି’ ମାଧ୍ୟମରେ ବଲିଉଡ୍‌ ଅଭିନେତ୍ରୀ ଜୀବନ ଆରମ୍ଭ କରିଥିଲେ। ତାଙ୍କ ବଲିଉଡ୍‌ ଜୀବନ ଅତି ସୀମିତ। ତେବେ, ସେ ଦକ୍ଷିଣୀ ଫିଲ୍ମ ଦୁନିଆରେ ସକ୍ରିୟ। ସେ ଅଦ୍ୟାବଧି ଚଉଦଟି ଦକ୍ଷିଣୀ ଫିଲ୍ମରେ କାମ କରିସାରିଲେଣି। ତନ୍ମଧ୍ୟରୁ ଗୁଡ଼ିଏ ଫିଲ୍ମ ସୁପର୍‌-ହିଟ୍‌ ହୋଇଥିବା ଜଣାଯାଏ। କିଛି ମାସ ତଳେ ସେ ‘ଓ୍ଵଜହ ତୁମ ହୋ’ରେ ଦେଖିବାକୁ ମିଳିଥିଲେ। ଏଥିରେ, ତାଙ୍କର ଏକୋଇଶଟି ଚୁମ୍ବନ ଦୃଶ୍ୟ ଚର୍ଚ୍ଚିତ ହୋଇଥିଲା। ସନା, ଅକ୍ଷୟ କୁମାରଙ୍କର ପ୍ରଶଂସିକା। ‘ଟଏଲେଟ୍‌: ଏକ ପ୍ରେମ କଥା’ରେ ଅକ୍ଷୟ ହିଁ ତାଙ୍କୁ ଏକ ଅଣ-ଗ୍ଲାମରସ୍‌ ଭୂମିକାରେ ଅଭିନୟ ସୁଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର