ଚଳଚ୍ଚିତ୍ର ‘ବେଧଡକ୍’ର ନାୟିକା ଶନାୟା କପୁର ନିଜ ପିଢ଼ିର ଅଭିନେତ୍ରୀମାନଙ୍କୁ ଚକିତ କରିଛନ୍ତି। ହଠାତ୍ ସେ ୱାଙ୍କି ଅଡ୍ଡି କ୍ୟୁ-୭ ଏସ୍‌ୟୁଭି କାର୍ କିଣିଛନ୍ତି ଯାହାର ମୂଲ୍ୟ ଅନ୍ୟୂନ ୮୦ ଲକ୍ଷ ଟଙ୍କା। ଏଥିରେ କଷ୍ଟମ୍ ନମ୍ବର ପ୍ଲେଟ୍ ଲଗାଇ ନିଜ ନାମ ମଧ୍ୟ ଲେଖିଛନ୍ତି। ଅଭିନେତା ପିତା ସଞ୍ଚୟ କପୁର ଓ ଜୁଏଲାରୀ ଡିଜାଇନର ମା’ ମହୀପ୍‌ଙ୍କ ସହ ଗାଡ଼ି ଆଗରେ ଛିଡ଼ା ହେଇ ସେ ବେଶ୍ ଉତ୍ସାହିତ ହେଇଛନ୍ତି। ଚଳିତ ବର୍ଷ ଅଡ୍ଡି ଗାଡ଼ି ବଜାରକୁ ଦୁଇଟି ମଡେଲ୍‌ ଓ ଦୁଇ ଭିନ୍ନ ଭିନ୍ନ ମୂଲ୍ୟରେ ପ୍ରବେଶ କରିଛି। ଶନାୟାଙ୍କ ଏସ୍‌ୟୁଭି ମଡେଲ୍‌ର ମୂଲ୍ୟ ୮୦ ଲକ୍ଷ ଥିବାବେଳେ ଟେକ୍‌ନୋଲୋଜି ମଡେଲ୍‌ର ମୂଲ୍ୟ ରହିଛି ୮୮ ଲକ୍ଷ।

Advertisment

ଏହି ଗାଡ଼ି କିଣିବା ପରେ ସେ କାହାଣୀକାର, ନିର୍ଦ୍ଦେଶକ ଓ ପ୍ରଯୋଜକ ଶଶାଙ୍କ ଖଇତାନ୍‌ଙ୍କୁ ଆମନ୍ତ୍ରଣ କରିଥିଲେ। ଶଶାଙ୍କ ଏହି ଅଡ୍ଡି କାର୍‌ର ଶୁଭାରମ୍ଭ କରିଥିଲେ। ଶଶାଙ୍କଙ୍କ ସହ ଶୁଭାରମ୍ଭ ସମୟରେ ‌‘ବେଧଡକ୍’ର ନାୟକ ଲକ୍ଷା ଲାଲ୍‌ୱାନୀ ଓ ଗୁରଫତେ ପିର୍‌ଜାଦା ମଧ୍ୟ ଯୋଗ ଦେଇଥିଲେ। ଅଡ୍ଡିର ଏହି ଶୁଭାରମ୍ଭ ବେଳର କିଛି ଫଟୋ ଶନାୟା ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟ୍‌ କରିବା ପରେ ତାଙ୍କ ପ୍ରଶଂସକମାନେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ‘ବେଧଡକ୍’ରେ ଅଭିନୟ କରିଥିବା ଶନାୟା ‘ଗୁଞ୍ଜନ ସକ୍ସେନା-ଦ କାରଗିଲ୍ ଗର୍ଲ’ରେ ସହନିର୍ଦ୍ଦେଶିକା ଭୂମିକା ନିର୍ବାହ କରିଥିଲେ। ତାଙ୍କୁ ନୂଆ ଚଳଚ୍ଚିତ୍ର ‘ଦୋନୋ ମିଲେ ଇସ୍ ତରହ’ ପାଇଁ ବି ଅଫର୍ ମିଳିଛି। ଏବେ ଶନାୟା ବୋଧେ ଅଭିନୟ ଓ ଅଡ୍ଡି ଉଭୟଙ୍କୁ କହିବେ ‘ଦୋନୋ ମିଲେ ଇସ୍ ତରହ’!