ନୂଆଦିଲ୍ଲୀ: ଫିଲ୍ମ ‘ପୁଷ୍ପା-୨: ଦ ରାଇଜ୍’ର ପ୍ରିମିୟର ସୋ ସମୟରେ ଦଳାଚକଟାରେ ଜଣେ ମହିଳାଙ୍କ ମୃତ୍ୟୁ ହେବାକୁ ନେଇ ବିବାଦରେ ଅଛନ୍ତି ସାଉଥ୍ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ। ହାଇଦ୍ରାବାଦ ପୁଲିସ ତାଙ୍କୁ ପଚରାଉଚରା କରିସାରିଥିବା ବେଳେ ଲୋକେ ତାଙ୍କ ଘର ଉପରକୁ ଆକ୍ରମଣ କରିସାରିଛନ୍ତି। ବିବାଦ ବଢ଼ୁଥିବା ଦେଖି ଅର୍ଜୁନ, ‘ପୁଷ୍ପା-୨: ଦ ରାଇଜ୍’ର ନିର୍ମାତା ଓ ନିର୍ଦ୍ଦେଶକ ମିଶି ମୃତକଙ୍କ ପରିବାରକୁ ୨କୋଟି ଦେଇଥିବା ବେଳେ ଏବେ ଏହି ଘଟଣାକୁ ନେଇ ବଡ଼ ସୂଚନା ସାମ୍ନାକୁ ଆସିଛି।
ଜାତୀୟ ଗଣମାଧ୍ୟମ ଅନୁଯାୟୀ, ଦଳାଚକଟା ମାମଲାରେ ସାଉଥ୍ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କୁ ନିୟମିତ ଜାମିନ୍ ମିଳିଛି। ନାମପଲ୍ଲୀ କୋର୍ଟ ତାଙ୍କୁ ଜାମିନ ଦେଇ ୫୦,୦୦୦ ଟଙ୍କାର ଦୁଇଟି ମୁଚଲିକା ଦାଖଲ କରିବାକୁ କହିଛି।
ଉଲ୍ଲେଖଯୋଗ୍ୟ, ଡିସେମ୍ବର ୧୩ ତାରିଖରେ ଦଳାଚକଟା ଘଟଣାରେ ଅଲୁ ଅର୍ଜୁନଙ୍କୁ ଗିରଫ କରାଯାଇଥିଲା ଏବଂ ତେଲେଙ୍ଗାନା ହାଇକୋର୍ଟରୁ ସେହିଦିନ ତାଙ୍କୁ ଅନ୍ତରୀଣ ଜାମିନ ମିଳିଥିଲା। କୋର୍ଟ ତାଙ୍କୁ ୫୦,୦୦୦ ଟଙ୍କାର ବଣ୍ଡ ସହିତ ଚାରି ସପ୍ତାହର ସର୍ତ୍ତମୂଳକ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/01/03/QRJSJFcHPgX3h4MvFs7B.jpg)