ମୁମ୍ବାଇ: ଦବଙ୍ଗବୟ ସଲ୍‌ମାନ୍‌ ଖାନ୍‌ ନିଜର ପୂର୍ବତନ ପ୍ରେମିକାମାନଙ୍କ ସହ ଭଲ ସଂପର୍କ ରଖନ୍ତି। ତାଙ୍କ ପ୍ରଥମ ପ୍ରେମ ସଂଗୀତା ବିଜଲାନୀଙ୍କ ସହ ତାଙ୍କୁ ଅନେକ ବାର ଦେଖିବାକୁ ମିଳିଛି। ସଂଗୀତାଙ୍କ ବିବାହକୁ ଏତେ ବର୍ଷ ବିତି ଯାଇଥିବା ପରେ ବି ସେ ଯେବେ ବି ସଲ୍‌ମାନଙ୍କୁ ଭେଟନ୍ତି ସେମାନଙ୍କ ମଧ୍ୟରେ ଏକ ବିଶେଷ ସଂପର୍କ ଥିବା ଦେଖିବାକୁ ମିଳେ।

Advertisment

ନିକଟରେ ଇଦ୍‌ ପାର୍ଟିର ଭିଡିଓ ସୋସିଆଲ୍‌ ମିଡିଆରେ ଖୁବ୍ ଜୋର୍‌ରେ ଭାଇରାଲ୍‌ ହେବା‌ରେ ଲାଗିଛି। ଏହି ଭିଡିଓରେ ସଂଗୀତା ଓ ସଲ୍‌ମାନଙ୍କ ‘କ୍ୟୁଟ୍‌ ବଣ୍ଡିଂ’ ଦେଖିବାକୁ ମିଳିଛି। ସଂଗୀତା କେବେ ସଲ୍‌ମାନଙ୍କ ଗାଲକୁ ମାରୁଛନ୍ତି ତ କେବେ ପୁଣି ମଜାକ୍‌‌ରେ ତାଙ୍କ କାନ୍ଧକୁ ମାରୁଥିବାର ନଜର ଆସିଛନ୍ତି।

ଭିଡିଓରେ ଦୁହେଁ ଖୁବ୍ ହସୁଛନ୍ତି। ସଲ୍‌ମାନ ଖୁବ୍‌ ମଜାକିଆ ଅନ୍ଦାଜରେ ନଜର ଆସିଛନ୍ତି। ଏମିତି ଲାଗୁଛି ଯେପରି କୌଣସି ଏକ କଥାକୁ ନେଇ ସେ ସଂଗୀତାଙ୍କୁ ଚିଡ଼ାଉଛନ୍ତି। ସେ କିଛି ଗୋଟେ କହୁଛନ୍ତି ଓ ପୁଣି ଜୋର୍‌ ଜୋର୍‌ ହସିବାକୁ ଲାଗୁଛନ୍ତି।

ସଲ୍‌ମାନ ଓ ସଂଗୀତାଙ୍କ ଏହି ଭିଡିଓ ଦେଖି ପ୍ରଶଂସକ ଲଗାତର ପ୍ରତିକ୍ରିୟା ଦେଇ ଚାଲିଛନ୍ତି। କେହି କେହି ବ୍ୟବହାରକାରୀ କମେଣ୍ଟ୍‌ରେ ଲେଖିଛନ୍ତି, ‘ପ୍ରଥମ ପ୍ରେମ, ପ୍ରଥମ ପ୍ରେମ ହିଁ ହୋଇଥାଏ’।

ଗତବର୍ଷ ସଲ୍‌ମାନଙ୍କ ଜନ୍ମଦିନ ଉତ୍ସବରେ ବି ଦୁହିଁଙ୍କ ଉତ୍ତମ ସଂପର୍କ ଦେଖିବାକୁ ମିଳିଥିଲା। ସଂଗୀତା, ସଲ୍‌ମାନଙ୍କ ଅନେକ ପାରିବାରିକ ଉତ୍ସବରେ ଭାଗ ନେଇଥାନ୍ତି। ସଂଗୀତା ପାର୍ଟିରୁ ଗଲା ବେଳେ ସଲ୍‌ମାନ ତାଙ୍କ ମଥାରେ ଚୁମ୍ବନ ଦେଉଥିବାର ନଜର ଆସିଥିଲେ।