‘ଦିଲ୍‌‌ ବେଚାରା’ର ଦୁଃଖଦ ଦୃଶ୍ୟ ସୁଟିଂ ବେଳେ ସୁଶାନ୍ତ-ସଂଜନା ଅସୁସ୍ଥ ହୋଇପଡ଼ୁଥିଲେ

ସୁଶାନ୍ତ ସିଂହ ରାଜପୁତଙ୍କ ଶେଷ ଫିଲ୍ମ ‘ଦିଲ୍‌ ବେଚାରା’କୁ ଦର୍ଶକଙ୍କ ବିପୁଳ ଭଲ ପାଇବା ମିଳିଛି। ଏହି ପରିପ୍ରେକ୍ଷୀରେ ଦିଲ୍‌ ବେଚାରାର ନାୟିକା ସଂଜନା ସାଂଘି ସୁଟିଂ ସେଟ୍‌ର ଏକ ଅନୁଭବ ବ୍ୟକ୍ତ କରି କହିଛନ୍ତି, ଯେବେ ବି କୌଣସି ଦୁଃଖଦ ଦୃଶ୍ୟର ସୁଟିଂ ହେଉଥିଲା ସେତେବେଳେ ଦୁହିଁଙ୍କ ମଧ୍ୟରୁ ଜଣଙ୍କର ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଯାଇଥିଲା। କେବେ କାହାକୁ ଥଣ୍ଡା ତ ପୁଣି କାହାକୁ ଜ୍ବର ହେଇଯାଉଥିଲା। ମାତ୍ର ସେଇ ଦୃଶ୍ୟଟି ସୁଟିଂ ପରେ ଦୁହେଁ ପୁଣି ସୁସ୍ଥ ହୋଇ ଯାଉଥିଲେ। ସଂଜନା କହିଛନ୍ତି, ଯେବେ ମୁଁ ପ୍ୟାରିସର ଏକ କବ୍ରିସ୍ତାନରେ ସୁଟିଂ କରୁଥିଲି, ସେତେବେଳେ ମୋ ନାକରୁ ରକ୍ତ ବାହାରୁଥିଲା। ସେଇ ସମୟରେ ସୁଶାନ୍ତ ସୁଟିଂ ବନ୍ଦ କରିଦେଇ ମୋ ପାଇଁ ଆଇସ୍‌ ପ୍ୟାକ୍‌ ମଗେଇଥିଲେ। ଆଜି ଯେବେ ଏସବୁ କଥା ତାଙ୍କର ମନେ ପଡ଼ୁଛି ସେତେବେଳେ ଏହା ଆଶ୍ଚର୍ଯ୍ୟ ଭଳି ଲାଗୁଛି। ସେ ଏକଥା ବି କହିଛନ୍ତି ଯେ ମୁଁ ଏସବୁ ମୁକେଶ ଛାବ୍ରାଙ୍କ ସହ ଆଲୋଚନା କରିବାକୁ ଚାହୁଁଛି।

ସମ୍ବନ୍ଧିତ ଖବର