‘ଦିଲ୍‌ ବେଚାରା’ରେ ସୁଶାନ୍ତଙ୍କ ସହ ନିଜର ପ୍ରିୟ ଦୃଶ୍ୟକୁ ସେୟାର୍‌ କରି ରାତି ୪.୩୦ରେ ସୁଟିଂ ହୋଇଥିଲା ବୋଲି କହିଲେ ସଞ୍ଜନା

ମୁମ୍ବାଇ: ନିକଟ‌‌ରେ ଓଟିଟିରେ ରିଲିଜ୍‌ ହୋଇଯାଇଛି ସୁଶାନ୍ତ ସିଂହ ରାଜପୁତଙ୍କ ଶେଷ ଚଳଚ୍ଚିତ୍ର ‘ଦିଲ୍‌ ବେଚାରା’। ସୁଶାନ୍ତଙ୍କ ବିପକ୍ଷରେ ଏହି ସିନେମାରେ ନାୟିକା ସାଜିଛନ୍ତି ସଞ୍ଜନା ସଙ୍ଘି। ସଞ୍ଜନା ସୁଶାନ୍ତଙ୍କ ମୃତ୍ୟୁ ପରଠାରୁ ଚଳଚ୍ଚିତ୍ରର ଅନେକ ଦୃଶ୍ୟକୁ ସୋସିଆଲ୍‌ ମିଡିଆରେ ସେୟାର୍‌ କରି ଚାଲିଛନ୍ତି। ନିକଟରେ ସେ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ରେ ସୁଶାନ୍ତ ଓ ତାଙ୍କର ଏକ ଯୁଗଳ ଫଟୋ ସେୟାର୍‌ କରି ତାଙ୍କର ପ୍ରିୟ ମୁହୂର୍ତ୍ତ ବୋଲି ଲେଖିଛନ୍ତି।

 

ସଞ୍ଜନା ଲେଖିଛନ୍ତି ଯେ ଫଟୋଟି ହେଉଛି ରାତି ୪.୩୦ ସମୟର। ରାତିରେ ‌ହୋଇଥିବା ସୁଟ୍‌ର ଏକ ଦୃଶ୍ୟର ଏହି ଫଟୋଟି ବୋଲି ସଞ୍ଜନା ଲେଖିଛନ୍ତି। ପୂର୍ବରୁ ‘ଦିଲ୍‌ ବେଚାରା’ ରିଲିଜ୍‌ ତାରିଖରେ ସଞ୍ଜନା ତାଙ୍କ କୋ-ଷ୍ଟାର୍‌ ସୁଶାନ୍ତୁ ନେଇ ଏକ ଭାବପ୍ରବଣ ନୋଟ୍‌ ଲେଖିଥିଲେ।

 

ସମ୍ବନ୍ଧିତ ଖବର

Comments are closed.