ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ଙ୍କ ଉପରେ ଲାଗିଥିବା ଯୌନ ଶୋଷଣର ଆରୋପକୁ ଭିତ୍ତିହୀନ ବୋଲି କହିଲେ ଅଭିନେତ୍ରୀ ସଞ୍ଜନା

ମୁମ୍ବାଇ : କିଛି ଦିନ ହେବ ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ଙ୍କୁ ନେଇ ଜୋର ଚର୍ଚ୍ଚା ଆରମ୍ଭ ହୋଇଥିଲା । ସେ ଫିଲ୍ମ କିଜି ଔର ମନ୍ନିରେ ଥିବା ତାଙ୍କ ସହ କଳାକାର ସଞ୍ଜନା ସାଙ୍ଗୀଙ୍କ ସହ ଅଧିକ ମେଳାପୀ ହେବା ପାଇଁ ଚେଷ୍ଟା କରିବା ସହ ତାଙ୍କୁ ମେସେଜ ପଠାଇ ହଇରାଣ କରୁଥିଲେ ବୋଲି ଚର୍ଚ୍ଚା ହୋଇଥିଲା । ଏହି ଅଭିଯୋଗ ନିଜେ ସଞ୍ଜନା ଆଣିବା ସହ ଏ ନେଇ ଫିଲ୍ମର ସୁଟିଂ ମଧ୍ୟ ଅଟକିଥିବା ଖବର ମିଳିଥିଲା । ଯାହାର କିଛି ଦିନ ପରେ ଅଭିନେତା ସୁଶାନ୍ତ ସଞ୍ଜନାଙ୍କ ସହ କରିଥିବା ଚାଟ୍‌କୁ ସାର୍ବଜନିକ କରି ସେଭଳି କିଛି ଘଟି ନଥିବା ସ୍ପଷ୍ଟ କରିଥିଲେ ।

ଏବେ ନିଜେ ଅଭିଯୋଗ କରିଥିବା ଅଭିନେତ୍ରୀ ସଞ୍ଜନା ଏହାକୁ ଭିତ୍ତିହୀନ ବୋଲି କହିଥିବା ଦେଖାଯାଇଛି । ଟ୍ଵିଟ୍‌ କରି ଯାହା ବି ସୁଶାନ୍ତଙ୍କ ଉପରେ ଆରୋପ ଲଗାଯାଇଥିଲା ତାହା ସଂପୂର୍ଣ୍ଣ ମିଛ ଏବଂ ଭିତ୍ତିହୀନ ବୋଲି ସଞ୍ଜନା ସ୍ପଷ୍ଟ କରିଛନ୍ତି । କିଛି ଦିନ ପାଇଁ ମୁଁ ଆମେରିକା ଯାଇଥିବା ବେଳେ ଏ ସବୁ ବିଷୟରେ ମୋତେ ଜଣା ନଥିଲା । କିନ୍ତୁ ମଙ୍ଗଳବାର ଫେରିବା ପରେ ଏ ସବୁ ବିଷୟରେ ଜାଣି ମୁଁ ଆଶ୍ଚର୍ଯ୍ୟ ହୋଇଥିଲି । ମୋତେ ନେଇ ଯାହା ବି ପ୍ରଚାର ହୋଇଛି ତାହା ସଂପୂର୍ଣ୍ଣ ମିଛ । ମୋ ସହ ସୁଟିଂ ସେଟ୍‌ରେ ସେଭଳି କିଛି ଘଟି ନଥିଲା ବୋଲି ସଞ୍ଜନା ଟ୍ଵିଟ୍‌ କରି ଜଣାଇଛନ୍ତି ।

ସମ୍ବନ୍ଧିତ ଖବର