ଅଭିନେତ୍ରୀ ନର୍ଗିସଙ୍କ ୩୯ତମ ଶ୍ରାଦ୍ଧ ବାର୍ଷିକରେ ତାଙ୍କ ପୁତ୍ର ଅଭିନେତା ସଞ୍ଜୟ ଦତ୍ତ ଏକ ସମ୍ବେଦନଶୀଳ ବାର୍ତା ସୋସିଆଲ ମିଡିଆରେ ସେୟାର କରି ସେ ତାଙ୍କୁ କେତେ ଝୁରୁଛନ୍ତି, ତାହା ଉଲ୍ଲେଖ କରିଛନ୍ତି। ନିଜ ସହ ମା’ଙ୍କର ଏକ ପୁରୁଣା କଳାଧଳା ଫଟୋ ସେୟାର କରିଛନ୍ତି। ଯେଉଁଥିରେ ନର୍ଗିସ ତାଙ୍କୁ କିଛି କହୁଥିବା ବେଳେ ସଂଜୟ ଧ୍ୟାନସ୍ଥ ହେଇ ଶୁଣୁଛନ୍ତି। ସଂଜୟ ଲେଖିଛନ୍ତି, ୩୯ ବର୍ଷ ହେଲା ତୁମେ ମତେ ଛାଡ଼ି ଚାଲିଗଲଣି କିନ୍ତୁ ଏବେ ବି ତୁମେ ମୋ ପାଖରେ ଅଛ। ମୁଁ ଚାହୁଁଛି ତୁମେ ଏମିତି ମୋ ସହ ସବୁବେଳେ ରହିଥାଅ। ମା’ ମୁଁ ତୁମକୁ ବହୁତ ଭଲ ପାଏ। ପ୍ରତିଦିନ ତୁମର ଅଭାବ ଅନୁଭବ କରୁଛି।