ଏହି କାରଣ ପାଇଁ ଫିଲ୍ମ ‘ସଞ୍ଜୁ’ରେ ରଖା ଯାଇ ନ ଥିଲା ସଞ୍ଜୟ ଦତ୍ତଙ୍କ ପ୍ରଥମ ଦୁଇ ପତ୍ନୀଙ୍କ ଚରିତ୍ର

ମୁମ୍ବାଇ : ଫିଲ୍ମ ସଞ୍ଜୁର ରିଲିଜ୍‌କୁ ପ୍ରାୟ ମାସେ ହୋଇ ଗଲାଣି । କିନ୍ତୁ ଏବେ ଫିଲ୍ମକୁ ନେଇ ପ୍ରଶଂସା ସମସ୍ତଙ୍କ ମନରେ ରହିଛି । ଏହା ସହ ଆଉ ଥରେ ମଧ୍ୟ ସଞ୍ଜୟ ଦତ୍ତଙ୍କ ବାୟୋପିକ୍‌ ତିଆରି କରାଯିବ ବୋଲି ଖବର ଆସି ସାରିଛି । ତେବେ କିଛି ଲୋକ ଫିଲ୍ମ ସଞ୍ଜୁକୁ ଦେଖିବା ପରେ ଏଥିରେ ଏକ ଅପରାଧୀକୁ ହିରୋ କରିବା ପାଇଁ ଚେଷ୍ଟା କରାଯାଇଛି ବୋଲି କହିବା ଆରମ୍ଭ କରିଛନ୍ତି । ପୂର୍ବରୁ ଫିଲ୍ମକୁ ନେଇ ସମସ୍ତେ ପ୍ରଶଂସା କରୁଥିବା ବେଳେ ଏବେ ବିବାଦ ଆରମ୍ଭ ହୋଇଛି । କ’ଣ ପାଇଁ ସଞ୍ଜୟ ଦତ୍ତଙ୍କ ପ୍ରଥମ ଦୁଇ ସ୍ତ୍ରୀଙ୍କ ବିଷୟରେ ଦର୍ଶାଯାଇ ନାହିଁ ବୋଲି ଲୋକେ ଅନେକ ଆଗରୁ ପ୍ରଶ୍ନ କରିଥିବା ବେଳେ ଏବେ ଏହାକୁ ନେଇ ବିବାଦ ଆରମ୍ଭ ହୋଇଛି । ଏବେ ସବୁ ବିବାଦ ପରେ ଶେଷରେ ଏ ନେଇ ମୁହଁ ଖୋଲିଛନ୍ତି ସଞ୍ଜୟ ଦତ୍ତ । ତାଙ୍କ କହିବା ଅନୁଯାୟୀ, ମୁଁ ଫିଲ୍ମ ନିର୍ମାତାଙ୍କୁ ମୋ ଜୀବନ ସହ ଜଡ଼ିତ ସବୁ ମହିଳାଙ୍କ ବିଷୟରେ କହିଥିଲି । କିନ୍ତୁ କାହା ଚରିତ୍ର ରଖିବେ କାହାର ନ ରଖିବେ ସେ ବିଷୟରେ ମୁଁ କହି ନଥିଲି । ନିର୍ମାତା ମୋ ଜୀବନ ସହ ଜଡ଼ିତ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଲୋକଙ୍କୁ ଏହି ଫିଲ୍ମରେ ଦର୍ଶାଇବାକୁ ଭାବିଲେ । ଫିଲ୍ମ ଅଧିକ ଲମ୍ବା ନ ହେଉ ସେଥିପାଇଁ ସେ ବୋଧ ହୁଏ ଅନ୍ୟ କିଛି ଚରିତ୍ରକୁ କାଟି ଦେଲେ।

StarsUnfolded

ସୂଚନା ମୁତାବକ,ସଞ୍ଜୟ ମାଧୁରୀ ଦୀକ୍ଷିତ୍‌ଙ୍କ ସହ ସଂପର୍କ ରଖୁଥିବା ଜାଣି ପ୍ରଥମ ସ୍ତ୍ରୀ ରିଚା ଶର୍ମା ତାଙ୍କଠାରୁ ଦୂରେଇ ଯାଇଥିଲେ । ପରେ ସେ ରିୟାଙ୍କୁ ବିବାହ କରିଥିବା ବେଳେ ୨୦୦୮ରେ ଦୁଇ ଜଣଙ୍କ ମଧ୍ୟରେ ଝଗଡ଼ା ହେବାରୁ ଦୁଇ ଜଣଙ୍କର ଛାଡ଼ପତ୍ର ହୋଇ ଯାଇଥିଲା ।

ସମ୍ବନ୍ଧିତ ଖବର