କର୍କଟ ରୋଗର ଚିକିତ୍ସା ପାଇଁ ଆମେରିକା ଯିବେ ସଞ୍ଜୟ ଦତ୍ତ

ମୁମ୍ବାଇ: ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତଙ୍କୁ ତୃତୀୟ ପର୍ଯ୍ୟାୟ ଫୁସ୍‌ଫୁସ୍‌ କର୍କଟ ହୋଇଥିବା ଜଣାପଡ଼ିବା ପରେ ସଞ୍ଜୟ ଏବେ ଚିକିତ୍ସା ପାଇଁ ଆମେରିକା ଯିବେ ବୋଲି ସୂଚନା ରହିଛି।

ପୂର୍ବରୁ ସଞ୍ଜୟ ଏକ ଟ୍ବିଟ୍‌ କରି କହିଥିଲେ କି ସେ କିଛି ଦିନ ନିଜର ସ୍ବାସ୍ଥ୍ୟ ସମସ୍ୟା ପାଇଁ ଅଭିନୟରୁ ବିରତି ନେଉଛନ୍ତି। ପ୍ରଶଂସକମାନଙ୍କୁ ବିଚଳିତ ନହେବାକୁ କହିଥିଲେ ସଞ୍ଜୟ।

ସଞ୍ଜୟ ଅସୁସ୍ଥତା ଅନୁଭବ କରିବା ପରେ ତାଙ୍କୁ ଚିକିତ୍ସା ପାଇଁ ମୁମ୍ବାଇର ଲୀଲାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ଗୋଟିଏ ଦିନ ପରେ ସେ ତାଙ୍କ ମୁମ୍ବାଇ ଘରକୁ ଫେରିଥିଲେ।

ସଞ୍ଜୟ ଗତକାଲି ଟ୍ବିଟ୍‌ କରି ଲେଖିଥିଲେ, ‘ନମସ୍କାର ବନ୍ଧୁଗଣ, ମୁଁ ମୋର ଚିକିତ୍ସା ପାଇଁ କାମରୁ ଅଳ୍ପ ସମୟ ପାଇଁ ବିରତି ନେଉଛି। ମୋ ପରିବାର ଏବଂ ବନ୍ଧୁମାନେ ମୋ ସାଥିରେ ଅଛନ୍ତି ଏବଂ ମୁଁ ମୋର ଶୁଭେଚ୍ଛୁମାନଙ୍କୁ ଅନୁରୋଧ କରୁଛି ଯେ ଚିନ୍ତା କରନ୍ତୁ ନାହିଁ କିମ୍ବା ଅନାବଶ୍ୟକ କଳ୍ପନା କରନ୍ତୁ ନାହିଁ । ଆପଣମାନଙ୍କ ପ୍ରେମ ଏବଂ ଶୁଭେଚ୍ଛା ସହିତ ମୁଁ ଶୀଘ୍ର ଫେରି ଆସିବି! ”

ସେହିପରି ଅଗଷ୍ଟ ୮ ତାରିଖ ଦିନ ସଞ୍ଜୟ ଟ୍ବିଟ୍‌ କରି ଲେଖିଥିଲେ, ‘“ମୁଁ ସମସ୍ତଙ୍କୁ ନିଶ୍ଚିତ କରିବାକୁ ଚାହୁଁଛି ଯେ ମୁଁ ଭଲ ଅଛି। ବର୍ତ୍ତମାନ ଡାକ୍ତରୀ ତତ୍ତ୍ୱାବଧାନରେ ଅଛି ଏବଂ ମୋର କରୋନା ରିପୋର୍ଟ ନେ‌ଗେଟିଭ୍‌ ଆସିଛି। ଲୀଲାବତୀ ଡାକ୍ତରଖାନାର ଡାକ୍ତର, ନର୍ସ ଏବଂ କର୍ମଚାରୀଙ୍କ ସାହାଯ୍ୟ ଏବଂ ଯତ୍ନ ସହିତ ମୁଁ ଗୋଟିଏ କିମ୍ବା ଦୁଇ ଦିନ ଘରେ ରହିବା ଉଚିତ୍। ତୁମର ଶୁଭେଚ୍ଛା ଓ ଆଶୀର୍ବାଦ ପାଇଁ ଧନ୍ୟବାଦ। ”

ସମ୍ବନ୍ଧିତ ଖବର