‘ପୂର୍ବ ଜନ୍ମରେ ମୋର ସ୍ତ୍ରୀ ଓ ତାର ପ୍ରେମିକକୁ କରିଥିଲି ହତ୍ୟା’ ବୋଲି କହିଲେ ସଞ୍ଜୟ

ନୂଆଦିଲ୍ଲୀ: ବହୁ ବର୍ଷ ଧରି ବଲିଉଡରେ ନିଜର ଅଭିନୟ ପ୍ରଦର୍ଶନ କରିଥିବା ଅଭିନେତା ସଞ୍ଜୟ ଦତ୍ତ ତାଙ୍କର ଆଗାମୀ ଚଳଚ୍ଚିତ୍ରରେ ବ୍ୟସ୍ତ ଅଛନ୍ତି। ସଞ୍ଜୟ ଦତ୍ତଙ୍କ ଜୀବନ ଏକ ଖୋଲା ପୁସ୍ତକ ପରି |ଏହା ସତ୍ତ୍ବେ ବି ସଞ୍ଜୟ ଏକ ରହସ୍ୟ ଉପରୁ ପରଦା ଉଠାଇଛନ୍ତି। ଯାହାକୁ ଶୁଣିବା ପରେ ତାଙ୍କ ପ୍ରଶଂସକମାନେ ଚକିତ ହୋଇପାରନ୍ତି ।

ପ୍ରକାଶିତ ଖବର ଅନୁଯାୟୀ, ବହୁ ବର୍ଷ ପୂର୍ବେ ସଞ୍ଜୟ ଦତ୍ତ କରଣ ଜୋହରଙ୍କ ପ୍ରସିଦ୍ଧ ଚାଟ୍ ସୋ ‘କଫି ଉଇଥ କରନ୍’ରେ ସୁସ୍ମିତା ସେନଙ୍କ ସହ ଅତିଥି ଭାବରେ ଯାଇଥିଲେ। ଏହି ସୋ’ରେ ସଞ୍ଜୟ ଦତ୍ତ ତାଙ୍କର ରହସ୍ୟ ଉନ୍ମୋଚନ କରିଥିଲେ। ଏହି ସୋ’ରେ ଅଭିନେତା କହିଥିଲେ- ‘ବହୁ ବର୍ଷ ପୂର୍ବେ ସେ ମାଡ୍ରାସର ଶିବନାରୀରେ ଜଣେ ଜ୍ୟୋତିଷଙ୍କ ନିକଟକୁ ଯାଇଥିଲେ। ସେତେବେଳେ ତାଙ୍କୁ ସେହି ଗାଁରେ କେହି ଜାଣି ନ ଥିଲେ |

Sanjay Dutt filmography - Wikipedia

ସଞ୍ଜୟ ଦତ୍ତ ଆହୁରି କହିଛନ୍ତି ଯେ, ‘ଉକ୍ତ ଜ୍ୟୋତିଷ ଜଣକ ଆଙ୍ଗୁଳି ଦେଖି ଠିକଣା ଖୋଜି ଥାଆନ୍ତି। ସେଥିରେ ଆପଣଙ୍କ ଜନ୍ମ ସମ୍ବନ୍ଧୀୟ ସମସ୍ତ ବିବରଣୀ ରହିଥାଏ। ସେ ମୋ ନାମର ଠିକଣା ଖୋଜି କହିଥିଲେ, ‘ମୋର ବାପାଙ୍କ ନାମ ବଲରାଜ ଦତ୍ତ। ମୁଁ କହିଲି ନାହିଁ ସୁନୀଲ ଦତ୍ତ। ଏହା ପରେ ସେ କହିଥିଲେ ଯେ ମୋର ମାତାଙ୍କ ନାମ ଫାତିମା ହୁସେନ୍ । ଯାହାକୁ ଶୁଣି ମୁଁ ଆଶ୍ଚର୍ଯ୍ୟ ହୋଇଯାଇଥିଲି। କାରଣ ଏ ବିଷୟରେ କେହି ଜାଣି ନଥିଲେ ।’

ସଞ୍ଜୟ କହିଛନ୍ତି ଯେ ଜ୍ୟୋତିଷ ମୋତେ ପୂର୍ବ ଜନ୍ମର ଏପରି କିଛି କଥା କହିଥିଲେ ଯାହାକୁ ଶୁଣି ମୁଁ ସ୍ତବ୍ଧ ହୋଇଯାଇଥିଲି। ଜ୍ୟୋତିଷ ମୋତେ କହିଥିଲେ ଯେ, ‘ ମୁଁ ଅଶୋକା ବଂଶର ଜଣେ ଶିବ ଭକ୍ତ ଥିଲି। ମୋ ପତ୍ନୀଙ୍କ ସହ ମୋର ମନ୍ତ୍ରୀଙ୍କ  ସମ୍ପର୍କ ଥିଲା। ମୋ ପତ୍ନୀ ମୋତେ ଯୁଦ୍ଧକୁ ପଠାଇଥିଲେ। ସେ ଚାହୁଁଥିଲେ ମୁଁ ଯୁଦ୍ଧରେ ମରିଯିବି ବୋଲି। କିନ୍ତୁ ମୁଁ ସେଠାରେ ସମସ୍ତଙ୍କୁ ହତ୍ୟା କରିଥିଲି। ଏହା ପରେ ପତ୍ନୀ ଏବଂ ମନ୍ତ୍ରୀଙ୍କୁ ମଧ୍ୟ ହତ୍ୟା କରିଥିଲି। ଏହା ପରେ ଜଙ୍ଗଲକୁ ଚାଲିଯାଇ ଭୋକରେ ରହିରହି ମରି ଯାଇଥିଲି।’

ଅଭିନେତା କହିଛନ୍ତି ଯେ ଜ୍ୟୋତିଷ ଶାସ୍ତ୍ର ତାଙ୍କୁ କହିଥିଲା କି ‘ସେଥିପାଇଁ ଏବେ ତାଙ୍କ ଜୀବନରେ ଏତେ ବାଧାବିଘ୍ନ ଆସୁଛି।  କାରଣ ପୂର୍ବ ଜୀବନରେ ସେ ଅନେକ ଲୋକଙ୍କୁ ହତ୍ୟା କରିଥିଲେ |’

 

ସମ୍ବନ୍ଧିତ ଖବର