ଫିଲ୍ମ ‘ବର୍ଫି’କୁ ନେଇ ରଣବୀରଙ୍କୁ ସମସ୍ତଙ୍କ ଆଗରେ ଥଟ୍ଟା କରିଥିଲେ ସଞ୍ଜୟ ଦତ୍ତ, ‘ସଞ୍ଜୁ’ ରିଲିଜ୍ ହେବା ପରେ କଲେ ପଶ୍ଚାତାପ
ମୁମ୍ବାଇ: ୨୦୧୮ର ସବୁଠାରୁ ବଡ଼ ହିଟ୍ ଫିଲ୍ମ ମଧ୍ୟରେ ରହିଥିଲା ଫିଲ୍ମ ‘ସଞ୍ଜୁ’ । ଅଭିନେତା ସଞ୍ଜୟ ଦତ୍ତଙ୍କ ଜୀବନୀକୁ ନେଇ ଫିଲ୍ମଟି ତିଆରି କରାଯାଇଥିବା ବେଳେ ଏହା ବକ୍ସ ଅଫିସରେ ୫୮୬କୋଟିର ବ୍ୟବସାୟ କରିଥିଲା । ଫିଲ୍ମରେ ସଞ୍ଜୟ ଦତ୍ତଙ୍କ ଭୂମିକାରେ ନଜର ଆସିଥିଲେ ଅଭିନେତା ରଣବୀର କପୁର । ତାଙ୍କ ଅଭିନୟ ସମସ୍ତଙ୍କୁ ପସନ୍ଦ ଆସିଥିବା ବେଳେ ସଞ୍ଜୟ ଦତ୍ତ ରଣବୀରଙ୍କୁ ନିଜ ଚରିତ୍ରରେ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ପ୍ରଥମ ଥର ପାଇଁ ସେ ରଣବୀରଙ୍କ ଅଭିନୟ ଦକ୍ଷତାକୁ ପ୍ରଶଂସା କରିବା ସହ ଅତୀତରେ କରିଥିବା ଭୁଲ ପାଇଁ ପଶ୍ଚାତାପ କରିଥିଲେ ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ରଣବୀର ନିଜ ବନ୍ଧୁମାନଙ୍କ ସହ ପାର୍ଟି କରିବାକୁ ଯାଇଥିବା ବେଳେ ସେଠାରେ ସଞ୍ଜୟ ଦତ୍ତ ଉପସ୍ଥିତ ଥିଲେ । ରଣବୀରଙ୍କୁ ଦେଖି ସେ ତାଙ୍କ ପାଖକୁ ଯିବା ସହ ମୁଁ ତୁମକୁ ନେଇ ଫିଲ୍ମ କରିବାକୁ ଚାହୁଁଛି ବୋଲି କହିଥିଲେ । ରଣବୀର ଖୁସି ହୋଇ ହଁ ଭରିବା ପରେ ମୁଁ ତୁମ ଫିଲ୍ମ ‘ବର୍ଫି’ ଦେଖିଛି । ଏବେ ଏକ ନୂଆ ଫିଲ୍ମ ତିଆରି କରିବା, ଯାହାର ନାଁ ରଖିବା ଲଡ଼ୁ । ତା’ ପରେ ଜଲେବି, ପରେ ଫିଲ୍ମ ପେଡ଼ା ତିଆରି କରିବା । ତୋ ଫିଲ୍ମ ଦେଖିଛି ମୁଁ ଟିଭିରେ । ମୁଁ ଜାଣି ପାରୁନି ତୋତେ କ’ଣ ପାଇଁ ସଞ୍ଜୁ ପାଇଁ କାଷ୍ଟ କରୁଛନ୍ତି, ବୋଲି ରଣବୀରଙ୍କୁ କହିଥିଲେ ସଞ୍ଜୟ ଦତ୍ତ । କିନ୍ତୁ କୌଣସି ପ୍ରତିକ୍ରିୟା ନ ରଖି ଶାନ୍ତିରେ ଶୁଣି ଚାଲିଥିଲେ ରଣବୀର । ପରେ ଯେତେବେଳେ ରଣବୀରଙ୍କୁ ନିଜ ଭୂମିକାରେ ପରଦା ଉପରେ ଦେଖିଥିଲେ, ସଞ୍ଜୟ ଦତ୍ତ ରଣବୀରଙ୍କୁ ପ୍ରଶଂସା କରିବା ସହ ନିଜ ଭୁଳ ପାଇଁ ପଶ୍ଚାତାପ କରିଥିଲେ ।