ସଂଜୟ ଦତ୍ତଙ୍କ ସହ ନିଜର ସଂପର୍କ ବିଷୟରେ ଖୁଲାସା କଲେ ମନିଷା!

ମୁମ୍ବାଇ: ଏ ବର୍ଷର ବହୁ ପ୍ରତୀକ୍ଷିତ ହିନ୍ଦୀ ସିନେମା ‘ସଂଜୁ’ ରିଲିଜ୍‌ ହେବା ପରେ ଅଭିନେତ୍ରୀ ମନୀଷା କୋଇରାଲା ଏକ କଥା ଖୁଲାସା କରିଛନ୍ତି।
ମନୀଷା କହିଛନ୍ତି ଯେ,ସଂଜୟ ଦତ୍ତ ବାସ୍ତବ ଜୀବନରେ ତାଙ୍କର ଜଣେ ଭଲ ବନ୍ଧୁ। ତେବେ ପିଲାଦିନେ ସଂଜୟ ତାଙ୍କର କ୍ରଶ୍‌ ଥିଲେ। ପିଲାବେଳୁ ସେ ସଂଜୟ ଦତ୍ତଙ୍କର ବଡ଼ ପ୍ରଶଂସିକା ଥିଲେ।
ଫିଲ୍ମ ଲାଇନରେ ପାଦ ଥାପିବା ପରେ ଥରେ ସଂଜୟ ଦତ୍ତ ମନୀଷାଙ୍କୁ ପଚାରିଥିଲେ ଯେ ସେ ଏବେ କାହିଁକି ତାଙ୍କର କ୍ରଶ୍‌ ନୁହଁନ୍ତି?ଏହାର ଉତ୍ତରରେ ମନୀଷା କହିଥିଲେ କି ସେ ଜଣେ ସାଥୀ କଳାକାର,କିନ୍ତୁ ଏବେ ଯଦି କିଛି କହିବେ ତେବେ ତାହା ଏକ ବଡ କଥା ହେବ। ସଂଜୟ ଦତ୍ତ ଜଣେ ହୃଦୟବାନ୍‌ ବ୍ୟକ୍ତି। ସେ ଅନେକ ସମୟରେ ବ୍ୟକ୍ତିଗତ ସହାୟତା କରିବାକୁ ଯାଇ ଅସୁବିଧାରେ ପଡ଼ିଛନ୍ତି।


ମନିଷା କୋଇରାଲା ସଂଜୟ ଦତ୍ତଙ୍କ ସହିତ ସାତଟି ହିନ୍ଦୀ ସିନେମାରେ ନଜର ଆସିଛନ୍ତି। ଏହି ଫିଲ୍ମଗୁଡିକ ହେଲା ସନମ୍‌,ଶୌଫ୍‌,ମହବୁବା ଓ ବାଗି ଆଦି।

ସମ୍ବନ୍ଧିତ ଖବର