ମୁମ୍ବାଇ : କିଛି ସମୟ ପୂର୍ବରୁ ଖବର ମିଳିଥିଲା କି ବଲିଉଡ୍ ଅଭିନେତା ସଞ୍ଜୟ ଦତ୍ତ ପୁଣି ଥରେ ରାଜନୀତିରେ ଯୋଗ ଦେବାକୁ ଯାଉଛନ୍ତି । ଏହାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଖବରକୁ ମିଛ ବୋଲି କହିଛନ୍ତି ସଞ୍ଜୟ ଦତ୍ତ । ସେ ଏବେ କୌଣସି ରାଜନୈତିକ ଦଳରେ ଯୋଗ ଦେବେ ନାହିଁ ବୋଲି କହିଛନ୍ତି । ତାଙ୍କ କହିବା ଅନୁଯାୟୀ, ମୁଁ କୌଣସି ରାଜନୈତିକ ଦଳ ସହ ଯୋଡ଼ି ହେବି ନାହିଁ । ଜାନକର ମୋର ଭଲ ବନ୍ଧୁ ଓ ଭାଇ ଭଳି । ମୁଁ ତାଙ୍କୁ ତାଙ୍କ ଭବିଷ୍ୟତ ପାଇଁ ଶୁଭକାମନା ଦେଉଛି ବୋଲି କହିଥିଲେ ।
amarujala.comସୂଚନା ମୁତାବକ, ସଞ୍ଜୟ ଦତ୍ତ ରାଜନୀତିରେ ଯୋଗ ଦେବେ ବୋଲି କହିଥିଲେ ରାଷ୍ଟ୍ରୀୟ ସମାଜ ପାର୍ଟିର ନେତା ମହାଦେବ ଜାନକର । ମହାରାଷ୍ଟ୍ର ସରକାରରେ କ୍ୟାବିନେଟ୍ ମନ୍ତ୍ରୀ ଥିବା ମହାଦେବ ଜାନକର ଦାବି କରିଥିଲେ କି, ସଞ୍ଜୟ ଦତ୍ତ ରାଷ୍ଟ୍ରୀୟ ସମାଜ ପାର୍ଟି ସହ ଯୋଡ଼ି ହେବେ । ସେପ୍ଟେମ୍ବର ୨୫ରେ ସଞ୍ଜୟ ଦତ୍ତ ଦଳରେ ସାମିଲ ହେବେ ବୋଲି କହିଥିଲେ ମଧ୍ୟ ଏବେ ସଞ୍ଜୟ ଏହି ଖବରକୁ ମିଛ ବୋଲି କହିଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/08/-15.jpg)