ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତ୍ରୀଙ୍କ ଫ୍ୟାନ୍ସ ତାଲିକାରେ ଅଭିନେତା ସଞ୍ଜୟ ଦତ୍ତଙ୍କ ନାମ ବି ସାମିଲ ଅଛି। ନିକଟରେ ଏକ ମିଡିଆ ହାଉସକୁ ସଞ୍ଜୟ ଦତ୍ତ ଦୀପିକାଙ୍କ ପ୍ରଶଂସା କରି ଏମିତି କିଛି ବିବୃତ୍ତି ଦେଇଛନ୍ତି ଯେଉଁଥିପାଇଁ ଲୋକେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରି ଦେଇଛନ୍ତି। 

ଅଧିକପଢ଼ନ୍ତୁ:ଜୀବନ ନେଇ ଫେରିଥିବା ଶ୍ରଦ୍ଧାଳୁ ବଖାଣିଲେ ଅନୁଭୂତି

Advertisment

ସଞ୍ଜୟଙ୍କୁ ଯେତେବେଳେ ପଚରା ଯାଇଥିଲା କି ‘ଚୋଲି କେ ପିଛେ’ ଗୀତ ପାଇଁ ଆଜିକା ସମୟରେ ମାଧୁରୀଙ୍କ ସ୍ଥାନ କିଏ ନେଇ ପାରିବ। ଏହାର ଉତ୍ତରରେ ସଞ୍ଜୟ କହିଥିଲେ, ‘ଏହି ଗୀତ ପାଇଁ ଦୀପିକା ପୁରାପୁରି ଖାପଖାଇବେ। ଯଦି  ମୋର ବୟସ ଆଉ କିଛି ବର୍ଷ କମ ହୋଇଥାଆନ୍ତା ମୁଁ ଦୀପିକାଙ୍କୁ ମୋର ଚତୁର୍ଥ ସ୍ତ୍ରୀ କରିଥାଆନ୍ତି। ’

ଅଧିକପଢ଼ନ୍ତୁ:ମୁଁ ଆଉ କେବେ ରାଜନୈତିକ ଫିଲ୍ମ ତିଆରି କରିବି ନାହିଁ: କଙ୍ଗନା

ସଞ୍ଜୟଙ୍କ ଏହି ବିବୃତ୍ତି ପରେ ଦୀପିକାଙ୍କ ଫ୍ୟାନ୍ସମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏଥିସହିତ ସଞ୍ଜୟଙ୍କ ଏଭଳି ଚିନ୍ତାଧାରାକୁ ଆଦୌ ପସନ୍ଦ କରିଥାଆନ୍ତି। ସଞ୍ଜୟଙ୍କ ସିନେମା ଜୀବନ କଥା କହିଲେ ତାଙ୍କୁ ‘ୱେଲକମ ଟୁ ଦ ଜଙ୍ଗଲ’ରେ ଦେଖିବାକୁ ମିଳିବ। ଏହି ସିନେମାରେ ଅକ୍ଷୟ କୁମାର, ସୁନୀଲ ସେଟ୍ଟୀ, ପରେଶ ରାୱଲ ଓ ଦିଶା ପଟାନିଙ୍କ ଅଭିନୟ ବି ଦେଖିବାର ଦର୍ଶକ ସୁଯୋଗ ପାଇବେ। ଦୀପିକା ଖୁବଶୀଘ୍ର ‘କଲ୍କି ୨’ରେ କାମ ଆରମ୍ଭ କରିବାକୁ ଯାଉଛନ୍ତି।