ମାଧୁରୀଙ୍କ ସହ କାମ କରିବାକୁ ମନାକଲେ ସଂଜୁବାବା

ବଲିଉଡ଼୍‍ରେ ଜଣାଶୁଣା ନିର୍ମାତା-ନିର୍ଦ୍ଦେଶକ କରଣ ଜୋହର ଶ୍ରୀଦେବୀଙ୍କୁ ନେଇ ‘ସିଦ୍ଦତ୍‌’ଟାଇଟଲ୍‌ରେ ଏକ ଫିଲ୍ମ ନିର୍ମାଣ କରିବେ ବୋଲି ନିଷ୍ପତ୍ତି ନେଇଥିଲେ। ଏହାର ସ୍କ୍ରିପ୍ଟ ପ୍ରସ୍ତୁତ ହୋଇସାରିଥିଲା । କିନ୍ତୁ ଶ୍ରୀଦେବୀଙ୍କ ଆକସ୍ମିକ ମୃତ୍ୟୁ ପରେ ତାଙ୍କ ସ୍ଥାନରେ ମାଧୁରୀ ଦୀକ୍ଷିତଙ୍କୁ ରିପ୍ଲେସ୍‌ କରାଗଲା। ଏ ସଂପର୍କରେ ସର୍ବପ୍ରଥମେ ଶ୍ରୀଦେବୀଙ୍କ କନ୍ୟା ଜାହ୍ନବୀ କପୁର ଟ୍ଵିଟ୍‌ କରି ଏହି ସୂଚନା ଦେଇଥିଲେ ।

କରଣ ଜୋହର୍‌ ଏହି ପିଲ୍ମ ଜରିଆରେ ଶ୍ରୀଦେବୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବେ ବୋଲି ସ୍ଥିର କରିଛନ୍ତି। ଏହି ସିନେମାରେ ମାଧୁରୀ ଦୀକ୍ଷିତଙ୍କ ବିପକ୍ଷରେ ଅଭିନୟ ଲାଗି ସଂଜୟ ଦତ୍ତଙ୍କୁ ଅଫର ଦେଇଥିଲେ ନିର୍ମାତା କରଣ ଜୋହର। ହେଲେ ମାଧୁରୀଙ୍କ ସହିତ ସ୍କ୍ରିନ୍‌ସେଆର୍‌ କରିବେନି ବୋଲି ସଧାସିଧା ମନା କରିଛନ୍ତି ଅଭିନେତା ସଂଜୟ ଦତ୍ତ।୧୯୯୩ରେ ସୁଭାଷ ଘାଇଙ୍କ ସୁପରହିଟ୍‌ ଫିଲ୍ମ ‘ଖଳନାୟକ୍‌’ରେ ଶେଷ ଥର ପାଇଁ ସଂଜୟ ଦତ୍ତ-ମାଧୁରୀ ଦୀକ୍ଷିତଙ୍କ ଯୋଡ଼ିକୁ ଦେଖିବାକୁ ପାଇଥିଲେ ଦର୍ଶକ।

ଏବେ ନିର୍ମାତା କରଣ ଜୋହର୍‌ ସଂଜୁବାବାଙ୍କ ଜାଗାରେ ଅନୀଲ କପୁରଙ୍କୁ ନେବା ଲାଗି ସ୍ଥିର କରିଛନ୍ତି। ଅର୍ଥାତ୍‌ ଏହି ସିନେମାରେ ପୁଣି ପୁରୁଣାଦିନର ହିଟ୍‌ ଯୋଡ଼ି ଅନୀଲ୍‌-ମାଧୁରୀଙ୍କୁ ଦେଖିବାକୁ ମିଳିବ। ଏଥିରେ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ବରୁଣ୍‌ ଧଓ୍ଵନ୍‌,ଆଲିଆ ଭଟ୍ଟ,ସୋନାକ୍ଷୀ ସିହ୍ନା ଓ ଆଦିତ୍ୟ ରୟ କପୁର ପ୍ରମୁଖ ଅଛନ୍ତି। ଅନୀଲ ମାଧୁରୀଙ୍କ ହିଟ୍‌ ଫିଲ୍ମ ମଧ୍ୟରେ ରହିଛି -ତେଜାବ୍‌,ରାମଲଖନ୍‌ ,ବେଟା,ପୁକାର୍‌ ଓ ଖେଲ୍‌ ଆଦି।

ସମ୍ବନ୍ଧିତ ଖବର