ଆଗାମୀ ୨ବର୍ଷ ଭିତରେ ୬ଟି ସିନେମାରେ ନଜର ଆସିବେ ସଞ୍ଜୟ ଦତ୍ତ

ମୁମ୍ବାଇ: ବଲିଉଡ୍‌ର ମୁନ୍ନାଭାଇ ଅର୍ଥାତ୍‌ ସଞ୍ଜୟ ଦତ୍ତଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର। ଆଗାମୀ ଦୁଇବର୍ଷ ମଧ୍ୟରେ ସଞ୍ଜୟ ଗୋଟିଏ କି ଦୁଇଟି ନୁହେଁ ଏକାଥରକେ ୬ଟି ସିନେମାରେ ନଜର ଆସିବେ। ନିକଟରେ ସଞ୍ଜୟ ଦତ୍ତ ସିନେମା- ‘କଳଙ୍କ’, ‘ତୁଳସୀ’, ‘ଦାସ’ ଓ ‘ପ୍ରଶାସନ’ର ସୁଟିଂ ଶେଷ କରିଛନ୍ତି। ଏହାପରେ ସେ ଗୋଟିଏ ପରେ ଗୋଟିଏ କରି ତିନିଟି ସିନେମାର ସୁଟିଂ ଆରମ୍ଭ କରିବେ।

ପ୍ରକାଶିତ ରିପୋର୍ଟ ଅନୁଯାୟୀ, ସିନେମା ‘ସମସେର୍‌’ର ପ୍ରଥମ ସିଡ୍ୟୁଲର ସୁଟିଂ ଫେବ୍ରୁଆରି ପର୍ଯ୍ୟନ୍ତ ଚାଲିବ। କିନ୍ତୁ ସଞ୍ଜୟ ତାଙ୍କର ପ୍ରଥମ ସିନ୍‌ର ସୁଟିଂ ଦୁଇ ସପ୍ତାହ ପୂର୍ବରୁ ଶେଷ କରି ଦେଇଛନ୍ତି। ଏହାପରେ ଡିସେମ୍ବର ୧୦ରୁ ଆଶୁତୋଷ ଗୋଓ୍ଵରିକରଙ୍କ ସିନେମା ‘ପାନିପତ’ର ସୁଟିଂ ଆରମ୍ଭ କରିଛନ୍ତି, ଯାହାର କାମ ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବ। ଆଶୁତୋଷ ଗୋଓ୍ଵରିକରଙ୍କ ଏହି ସିନେମାରେ ସଞ୍ଜୟଙ୍କ ବ୍ୟତୀତ ଅର୍ଜୁନ କପୁର, କୃତି ସନୋମ ଓ ପଦମିନୀ କୋଲହାପୁରୀ ଭଳି କଳାକାର ନଜର ଆସିବେ।

ସମ୍ବନ୍ଧିତ ଖବର