୩୦୮ ଜଣ ମହିଳାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲେ ସଞ୍ଚୟ ଦତ୍ତ!

ନୂଆଦିଲ୍ଲୀ: ସଞ୍ଚୟ ଦତ୍ତଙ୍କ ବୟୋପିକ୍‌ ‘ସଞ୍ଜୁ’ ସିନେମା ଜୁନ୍‌ ୨୯ ତାରିଖରେ ପ୍ରେକ୍ଷାଳୟରେ ପସରା ମେଳାଇବାକୁ ପ୍ରସ୍ତୁତ ହେଉଛି। ଏହି ସିନେମାଟିକୁ ସୁଟିଂ ସମୟରୁ ହିଁ ଦର୍ଶକ ଖୁବ୍‌ ପସନ୍ଦ କରି ଆସିଛନ୍ତି। ତେବେ ସିନେମାର ଟ୍ରେଲର ସାମ୍ନାକୁ ଆସିବା ପରେ ‘ସଞ୍ଜୁ’ ସିନେମାକୁ ଦେଖିବାକୁ ଲୋକଙ୍କ ମଧ୍ୟରେ ଉତ୍ସାହ ଆହୁରି ବଢ଼ି ଯାଇଛି।  ସିନେମା ଜରିଆରେ ‘ସଞ୍ଜୁ ବାବା’ଙ୍କ ଜୀବନ ସହିତ ଜଡ଼ିତ ଅନେକ ରହସ୍ୟ ସାମ୍ନାକୁ ଆସିଛି। ସିନେମାରେ ସଞ୍ଜୁଙ୍କ ଜୀବନରେ କିପରି ଉଠାଣି ଓ ଗଡ଼ାଣି ଆସିଥିଲା ସେ ସମ୍ପର୍କରେ ଦର୍ଶା ଯାଇଛି। ଉଦାହରଣ ସ୍ୱରୂପ ତାଙ୍କ ପିତା-ମାତାଙ୍କ ସହିତ ସମ୍ପର୍କଠାରୁ ଆରମ୍ଭ କରି ସେ ଯେଉଁ ଯୁବତୀଙ୍କ ସହିତ ଡେଟ କରିଥିଲା ତାହା ବି କାହାଣୀ ମାଧ୍ୟମରେ ଦର୍ଶା ଯାଇଛି। ସିନେମାର ଟ୍ରେଲର ଗୋଟିଏ ସିନ୍‌ରେ ସଞ୍ଜୁଙ୍କ ୩୦୮ ମହିଳାଙ୍କ ସହିତ ତାଙ୍କର ଶାରୀରିକ ସମ୍ବନ୍ଧ ଥିବା କଥା ବି ଜଣାପଡ଼ିଛି।

ଏତଦ୍‌ ବ୍ୟତୀତ ‘ସଞ୍ଜୁ’ ସିନେମାର ନିର୍ଦ୍ଦେଶକ ହିରାନି ଏକ ଆଶ୍ଚର୍ଯ୍ୟଜନକ ଘଟଣାର ଖୁଲାସା କରିଛନ୍ତି। ହିରାନି ଏକ ସାକ୍ଷାତକାରରେ କହିଛନ୍ତି, ସଞ୍ଜୟ ଦତ୍ତ ମହିଳାମାନଙ୍କୁ ନିଜ ମା’ ନରଗିସ୍‌ ଦତ୍ତଙ୍କ ନାମରେ ଠକି ଥାଆନ୍ତି। ସଞ୍ଜୟ ମହିଳାଙ୍କୁ ଏକ ନକଲି କବରକୁ ନେଇ ଯାଇ, ତାଙ୍କ ମାଆଙ୍କ ସହିତ ସାକ୍ଷାତ କରାଇବାକୁ ଆଣିଛନ୍ତି ବୋଲି କହି ଥାଆନ୍ତି। ଏହାପରେ ମହିଳାମାନେ ସଞ୍ଜୁଙ୍କ ଏହି ଦୁଃଖ ଦେଖି ପାରନ୍ତି ନାହିଁ। କିନ୍ତୁ ବାସ୍ତବରେ ଏହି କବରଟି ସଞ୍ଜୁଙ୍କ ମା’ର ହିଁ ନଥାଏ।

ସଞ୍ଜୟ ଦତ୍ତଙ୍କ ନାମ ବଲିଉଡର ଅନେକ ଅଭିନେତ୍ରୀଙ୍କ ସହ ଯୋଡ଼ି ହୋଇଥିଲା। ସଞ୍ଜୟ ଦତ୍ତଙ୍କ ଜୀବନୀ ଉପରେ ଆଧାରିତ ‘ସଞ୍ଜୁ’ ସିନେମାରେ ସଞ୍ଜୟଙ୍କ ଭୂମିକାରେ ଅଭିନେତା ରଣବୀର କପୁର ନଜର ଆସିବେ।

ସମ୍ବନ୍ଧିତ ଖବର