ମୃତ ପ୍ରେମିକଙ୍କୁ ମନେପକାଇ ଭାବପ୍ରବଣ ପୋଷ୍ଟ୍‍ ଲେଖିଲେ ସଞ୍ଜୁ ତନୟା ତ୍ରିଶଲା

ମୁମ୍ବାଇ: ସଞ୍ଜୟ ଦତ୍ତଙ୍କ ଝିଅ ତ୍ରିଶଲାଙ୍କ ପ୍ରେମିକ ଜୁଲାଇ ୨ ତାରିଖରେ ଏ ଦୁନିଆ ଛାଡ଼ି ଚାଲିଯିବା ପରେ ସେ ଇନ୍‌ଷ୍ଟାଗ୍ରାମ୍‌ରେ ତାଙ୍କ ପ୍ରେମିକଙ୍କୁ ମନେପକାଇ ମଙ୍ଗଳବାର ଏକ ଭାବପ୍ରବଣ ପୋଷ୍ଟ୍‍ ଲେଖିଛନ୍ତି।

 

ତ୍ରିଶଲା ତାଙ୍କ ପ୍ରେମିକଙ୍କ ସ୍ମୃତିକୁ ମନେପକାଇ ଲେଖିଛନ୍ତି, ‘ମୋ ଦୃଦୟ ଭାଙ୍ଗିଯାଇଛି। ମୋତେ ଭଲପାଇବା ପାଇଁ, ସୁରକ୍ଷା ଦେବା ପାଇଁ ଓ ମୋର ଯତ୍ନ ନେବା ପାଇଁ ଧନ୍ୟବାଦ। ମୋ ଜୀବନ ତୁମ ପାଇଁ ହିଁ ଖୁସିପୂର୍ଣ୍ଣ ହୋଇଛି। ମୁଁ ଭାଗ୍ୟବତୀ ଯେ ତୁମକୁ ଭଲପାଇବାର ସୁଯୋଗ ପାଇଲି ଓ ତୁମ ଭଲପାଇବା ପାଇବାର ସୁଯୋଗ ପାଇଲି। ଚିର ଦିନ ତୁମେ ମନେରହିବ। ଆମେ ଆଉ ଥରେ ନମିଳିବା ପର୍ଯ୍ୟନ୍ତ ମୁଁ ତୁମକୁ ଭଲପାଇବି ଓ ଝୁରି ହେଉଥିବି। ତୁମ ଆତ୍ମାର ସଦ୍‌ଗତି ହେଉ।’ ଶେଷରେ ସେ ଲେଖିଛନ୍ତି ଯେ ଗତକାଲିଠାରୁ ଓ ଆଜିଠାରୁ ମୁଁ ତୁମକୁ ବେଶି ଭଲପାଏ। ମାତ୍ର ଆସନ୍ତାକାଲିଠାରୁ ନୁହେଁ।’

ସମ୍ବନ୍ଧିତ ଖବର