ଅକ୍ଷୟ କୁମାର ଏବଂ ପ୍ରଭାସ ନିଜର ଇନଷ୍ଟାଗ୍ରାମରେ ପୋଷ୍ଟ କରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜୀବନୀ ଆଧାରିତ ନୂଆ ସିନେମାର ପୋଷ୍ଟର୍

ମୁମ୍ବାଇ: ପ୍ରଖ୍ୟାତ ପ୍ରଯୋଜକ-ନିର୍ଦ୍ଦେଶକ ସଞ୍ଜୟଲୀଳା ଭଂସାଲୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୬୯ତମ ଜନ୍ମ ଦିବସ ଅବସରରେ ତାଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି।ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜୀବନୀ ଉପରେ ଯେଉଁ ହିନ୍ଦୀ ସିନେମା ନିର୍ମାଣ କରିବାକୁ ଯାଉଛନ୍ତି ତାର ପୋଷ୍ଟର ଲଞ୍ଚ କରିଛନ୍ତି। ଏହି ହିନ୍ଦୀ ସିନେମାର ଟାଇଟଲ ରହିଛି ‘ମନ ବୈରାଗୀ’।

ଏହାର ଲେଖକ ହେଉଛନ୍ତି ସଂଜୟ ତ୍ରିପାଠୀ। ସଞ୍ଜୟଲୀଳା ଭଂସାଲୀ ଏବଂ ମହାବୀର ଜୈନ ମିଳିତଭାବେ ଏହାର ପ୍ରଯୋଜନା କରୁଛନ୍ତି। ସଂଜୟ ତ୍ରିପାଠୀ ଏହାର ନିର୍ଦ୍ଦେଶ ଭାର ବହନ କରୁଛନ୍ତି।

ଏହି ପୋଷ୍ଟରକୁ ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାର ଏବଂ ସାଉଥ୍ ଷ୍ଟାର୍ ପ୍ରଭାସ ନିଜ ନିଜର ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି। ଏହାସହ ଅକ୍ଷୟ କୁମାର ଏହାକୁ ଏକ ଭଲ ପଦକ୍ଷେପ ବୋଲି କହିଛନ୍ତି । ଏହି ଅବସରରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବି ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।

ଏଣେ ସାଉଥ୍ ଷ୍ଟାର୍ ପ୍ରଭାସ ଉଭୟ ଇଂରାଜି ଏବଂ ତେଲୁଗୁ ଭାଷାରେ ‘ମନ ବୈରାଗୀ’ ଫିଲ୍ମର ଫାର୍ଷ୍ଟ ଲୁକ୍ ନିଜର ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି। ସେ ବି ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବି ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧିତ ଖବର