ସୁସ୍ଥ ହେଲେ କରୋନା ଆକ୍ରାନ୍ତ ଥିବା ଫିଲ୍ମ ନିର୍ମାତା ସଞ୍ଜୟ ଲୀଲା ଭଂସାଲି

ମୁମ୍ବାଇ: ମାର୍ଚ୍ଚ ୯ରେ କ‌ରୋନା ସଂକ୍ରମିତ ହୋଇଥିଲେ ବଲିଉଡର ଖ୍ୟାତି ସମ୍ପନ୍ନ ଫିଲ୍ମ ନିର୍ମାତା ସଞ୍ଜୟ ଲୀଲା ଭଂସାଲି। ସେ ‘ଗଙ୍ଗୁବାଈ କାଠିଆୱାଡ଼ି’ ସିନେମା ସୁଟିଂରେ ବ୍ୟସ୍ତ ଥିଲେ। ଏହି ସମୟରେ ତାଙ୍କୁ ଥଣ୍ଡା, କାଶ ଓ ଜ୍ବର ଲାଗିି ରହିଥିଲା। ତେଣୁ ସେ କରୋନା ପରୀକ୍ଷା କରିବା ପରେ ତାଙ୍କ ରିପୋର୍ଟ ପିିଜିଟିଭ ଆସିଥିଲା।

ସଂକ୍ରମିତ ହେବା ପରେ ଗୃହ ସଙ୍ଗରୋଧରେ ଥିବା ସଞ୍ଜୟ ଲୀଲା ଭଂସାଲିଙ୍କ ରିପୋର୍ଟ ଏବେ ନେଗେଟିଭ ଆସିଛି। ରିପୋର୍ଟ ନେଗେଟିଭ ଆସିବା ପରେ ଖୁବଶୀଘ୍ର ସେ ଫିଲ୍ମ ‘ଗଙ୍ଗୁବାଈ କାଠିଆୱାଡ଼ି’ର ସୁଟିଂ ଆରମ୍ଭ କରିବେ ବୋଲି ଜଣାପଡ଼ିଛି। କରୋନା ଆକ୍ରାନ୍ତ ହେବା ପରେ ୧୪ଦିନ ସଙ୍ଗରୋଧରେ ଥିବା ସଞ୍ଜୟ ଲୀଲା ଭଂସାଲି ଫିଲ୍ମର ସୁଟିଂ ଆରମ୍ଭ କରିବା ପୂର୍ବରୁ ପୁଣି ଥରେ ୧୪ଦିନିଆ ସଙ୍ଗରୋଧରେ ରହିବେ।

ଭଂସାଲିଙ୍କ ପୂର୍ବରୁ  ରଣବୀର କରୋନା ସଂକ୍ରମିତ ହୋଇଥିବା କଥା ତାଙ୍କ ମା’ ତଥା ପୂର୍ବତନ ବଲିଉଡ ଅଭିନେତ୍ରୀ ନିତୁ କପୁର ସୋସିଆଲ ମିଡିଆ ଜରିଆରେ ଜଣାଇଥିଲେ। ନିତୁ ଇନଷ୍ଟାଗ୍ରାମରେ ରଣବୀର କପୁରଙ୍କ ଏକ ଫଟୋ ସେୟାର କରି ଲେଖିଥିଲେ ଯେ, ଆପଣମାନଙ୍କ ଶୁଭକାମନା ତାଙ୍କୁ ଶୀଘ୍ର ସୁସ୍ଥ କରିଦେବ। ରଣବୀର ଏବେ କରୋନାରେ ସଂକ୍ରମିତ ହୋଇ ହୋମ କ୍ବାରାଣ୍ଟାଇନରେ ରହିବା ସହ ଔଷଧ ନେଉଛନ୍ତି।

ସମ୍ବନ୍ଧିତ ଖବର