ପୁଣି ଯୋଡି ହେଲେ ଓଲିଉଡର ଏହି ଦୁଇ ସେଲିବ୍ରିଟି

ଭୁବନେଶ୍ୱର: ଓଲିଉଡରେ ପ୍ରଯୋଜକ-ନିର୍ଦ୍ଦେଶକଙ୍କ ଯୋଡ଼ି,ନିର୍ଦ୍ଦେଶକ-ସଙ୍ଗୀତକାରଙ୍କ ଯୋଡ଼ି,ନିର୍ଦ୍ଦେଶକ-ନାୟକଙ୍କ ଯୋଡ଼ି ଓ ନାୟକ-ନାୟିକାଙ୍କ ଯୋଡ଼ିକୁ ନେଇ ଅନେକ ସମୟରେ ଚର୍ଚ୍ଚାରେ ଥାଆନ୍ତି।
ଓଲିଉଡର ଏକ ଲୋକପ୍ରିୟ ନିର୍ଦ୍ଦେଶକ-ସଙ୍ଗୀତ ନିର୍ଦ୍ଦେଶକଙ୍କ ଯୋଡ଼ି ହେଲେ ସଂଜୟ ନାୟକ ଓ ମଳୟ ମିଶ୍ରଙ୍କ ଯୋଡ଼ି।ଏବେ ପୁଣି ଏ ଦୁହେଁ ଯୋଡ଼ି ହୋଇଛନ୍ତି। ହଁ ସଂଜୟ-ମଳୟ ଯୋଡ଼ି ପୁଣି ନେଇ ଆସୁଛନ୍ତି ଏକ ନୂଆ ଓଡ଼ିଆ ଛବି,ଯାହାର ଟାଇଟଲ ରହିଛି ‘ପ୍ରେମରେ ରଖିଛି ଶହେରୁ ଶହେ’। ପ୍ରାପ୍ତ ସୂଚନା ଅନୁଯାୟୀ ଏହି ସିନେମାର ଗୀତ ରେକର୍ଡିଂ ଇତିମଧ୍ୟରେ ଆରମ୍ଭ ହୋଇଛି। ସଂଜୟ ନାୟକ ନିର୍ଦ୍ଦେଶିତ ତଥା ମଳୟ ମିଶ୍ରଙ୍କ ସ୍ୱରାରୋପିତ ଏହି ସିନେମା ‘ପ୍ରେମରେ ରଖିଛି ଶହେରୁ ଶହେ’ଏକ ରୋମାଣ୍ଟିକ୍‌ ଫିଲ୍ମ।

ସଂଜୟ ନାୟକ ‘ରାକ୍ଷୀ ବାନ୍ଧିଲି ମୋ’ର ରଖିବ ମାନ’ ସିନେମାରୁ ସ୍ୱାଧୀନ ଭାବେ ନିର୍ଦ୍ଦେଶନା ସେବା ଆରମ୍ଭ କଲେ। ଏହାର ସଙ୍ଗୀତ ଭାର ତୁଲାଇଥିଲେ ମଳୟ ମିଶ୍ର। ଏହିଠୁଁ ନିର୍ଦ୍ଦେଶକ-ସଙ୍ଗୀତକାର ଯୋଡି ସଂଜୟ-ମଳୟଙ୍କ ଯାତ୍ରା ପ୍ରକୃତରେ ଆରମ୍ଭ ହୋଇଥିଲା। ତା’ପରେ ଏହି ଯୋଡ଼ି କ୍ରମାଗତ ଭାବେ ରକତ କହିବ କିଏ କାହାର,ନାରୀ ଆଖିରେ ନିଆଁ,ସାକ୍ଷୀ ରହିଲା ଏ ସିଂହ ଦୁଆର, ରହିଛି ରହିବି ତୋରି ପାଇଁ,ଧର୍ମର ହେବ ଜୟ,ଓ ମାଇଁ ଲଭ୍‌, ତତେ ମୋ’ରାଣ, ତୁ ମୋ’ଆଖିର ତାରା,ବାବୁ ଆଇ ଲଭ ୟୁ, ତତେ ମୋ’ରାଣ,ତୁ ମୋ’ଆଖିର ତାରା,ବାବୁ ଆଇ ଲଭ ୟୁ,ତୋ’ ପାଇଁ ନେବି ମୁଁ ଶହେ ଜନମ,ଦେ ମା’ଶକ୍ତି ଦେ ଓ ନିଝୁମ ରାତିର ସାଥୀ ଆଦି ଓଡ଼ିଆ ଛବିରେ ଏକାଠି କାମ କରିଛନ୍ତି।


ସଂଜୟ-ମଳୟଙ୍କ ଯୋଡିର ଦୁଇଟି ସିନେମା ‘ଲୁଚେଇ ଦେ ମତେ ଛାତି ଭିତରେ,ତୁ ଥିଲେ ମୁଁ ଅଛି ରିଲିଜ୍‌ ଅପେକ୍ଷା ରହିଛି।

ସମ୍ବନ୍ଧିତ ଖବର