‘ଆପଣମାନେ ମୋତେ ଡରୁଛନ୍ତି କାହିଁକି ? ମୁଁ ଡ୍ରଗ୍‌ସ ଛାଡି ଦେଇଛି, ଏବେ ଡ୍ରଗ୍‌ସ ଖାଉ ନାହିଁ।’ ,ଜାଣନ୍ତୁ ଏମିତି କାହିଁକି କହିଥିଲେ ସଂଜୟ ଦତ୍ତ

ବଲିଉଡ୍‌ ଅଭିନେତା ସଂଜୟ ଦତ୍ତଙ୍କ ଜୀବନୀ ଆଧାରିତ ସିନେମା ହେଉଛି ‘ସଂଜୁ’। ଏଥିରେ ତାଙ୍କ ଜୀବନର ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ସ୍ଥାନ ପାଇଛି।
ଅଶି ଦଶକରେ ସଂଜୟ ଦତ୍ତ ‘ରକି’ ସିନେମାରୁ କ୍ୟାରିଅର୍‌ ଆରମ୍ଭ କରିଥିଲେ। ପ୍ରଥମ ସିନେମା ‘ରକି’ ରିଲିଜ୍‌ ହେବାପରେ ସଂଜୟ ନାୟିକା ଟିନା ମୁନିମଙ୍କ ପ୍ରେମରେ ପଡ଼ିଥିଲେ। ସେ ଦୁହେଁ ବେଶ୍‌ କିଛି ମାସ ଯାଏଁ ଡେଟିଂ ବି କରୁଥିଲେ।
କିନ୍ତୁ ସଂଜୁବାବା ଡ୍ରଗ୍‌ସ ନେଉଥିବା ଜାଣିବା ପରେ ଟିନା ମୁନିମ୍‌ ତାଙ୍କଠାରୁ ଦୂରେଇ ଯାଇଥିଲେ। ଏହାପରେ ସଂଜୟ ଦତ୍ତ ଖୁବ୍‌ ବିଚଳିତ ହୋଇ ଉଠିଥିଲେ। ସେହି ସମୟରେ ସଂଜୟଙ୍କ ପଡ଼ୋଶୀମାନେ ଜାଣି ଗଲେ ଯେ ସେ ଡ୍ରଗ୍‌ସ ସେବନ କରୁଛନ୍ତି। ଏଣୁ ତାଙ୍କଠାରୁ ଦୂରତ୍ୱ ବଜାୟ ରଖିଲେ।

photo-india today

ଯଦି ୟାସିର ଉସ୍ମାନଙ୍କ ଲିଖିତ ପୁସ୍ତକ ‘ଦ କ୍ରେଜି ଅନ୍‌ଟୋଲ୍‌ଡ ଷ୍ଟୋରି ଅଫ୍‌ ବଲିଉଡ ବ୍ୟାଡ଼ ବୟ’ କୁ ବିଶ୍ୱାସକୁ ନିଆଯାଏ,ତେବେ ଟିନାଙ୍କ ସହ ବ୍ରେକ୍‌ ଅପ୍‌ ପରେ ସଂଜୟ ଦତ୍ତ ଅସୁବିଧାର ସମ୍ମୁଖୀନ ହୋଇଥିଲେ।
୧୯୮୨ରେ ସଂଜୟ ଦତ୍ତ ଥରେ ଘରେ ନିଜର ରାଇଫଲରୁ ଗୁଳି ଚଳାଇଥିଲେ। ଏହା ଜାଣିପାରି ପଡ଼ୋଶୀମାନେ ଭୟରେ ସଂଜୟଙ୍କ ଘର ପାଖରେ ରୁଣ୍ଡ ହୋଇଥିଲା। ସଂଜୟ ଦତ୍ତ ପଡ଼ୋଶୀମାନେ ଏକାଠି ଦେଖି ଖୁବ୍‌ ଡରି ଯାଇ କହିଥିଲେ,‘ଆପଣମାନେ ମୋତେ ଡରୁଛନ୍ତି କାହିଁକି ? ମୁଁ ଡ୍ରଗ୍‌ସ ଛାଡି ଦେଇଛି, ଏବେ ଡ୍ରଗ୍‌ସ ଖାଉ ନାହିଁ।’

ସମ୍ବନ୍ଧିତ ଖବର