ମୁମ୍ବାଇ : ବଲିଉଡ୍ରେ ଏବେ ଷ୍ଟାର କିଡ୍ଙ୍କ ଜମାନା ଆରମ୍ଭ ହୋଇଥିବା ବେଳେ ଅଭିନେତା-ଅଭିନେତ୍ରୀମାନେ ନିଜ ନିଜ ପିଲମାନଙ୍କୁ ଏହି ଲାଇନ୍ରେ ଛାଡ଼ିବା ପାଇଁ ଅନେକ ପୂର୍ବ ପ୍ରସ୍ତୁତି କରୁଛନ୍ତି । ଆଲିଆ ଭଟ୍ଟ, ରଣବୀର କପୁର, ସୋନମ କପୁର, ଟାଇଗର ଶ୍ରଫ୍, ଜାହ୍ନବୀ କୁପର, ଶ୍ରଦ୍ଧା କପୁର, ସାରା ଅଲ୍ଲୀ ଖାନ୍ଙ୍କ ଭଳି ଷ୍ଟାର କିଡ୍ ବଲିଉଡ୍ରେ ପାଦ ରଖି ସଫଳ ହୋଇଛନ୍ତି । ଏମାନେ ବଲିଉଡ୍ରେ ନିଜ କ୍ୟାରିୟର ଆରମ୍ଭ କରି ସାରିଥିବା ବେଳେ କିଛି କଳାକାରଙ୍କ ପିଲମାନେ ଏବେ ଡେବ୍ୟୁ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ତେବେ ଷ୍ଟାର୍ କିଡ୍ଙ୍କ ଜମାନା ଚାଲିଥିବା ବେଳେ ସଞ୍ଜୟ ଦତ୍ତ ନିଜ ଝିଅ ତ୍ରିଶଲାକୁ ଅଭିନୟ କରିବା ପାଇଁ ରୋକ୍ ଠୋକ୍ ମନା କରି ଦେଇଥିବା ଜଣା ପଡ଼ିଛି ।
/sambad/media/post_attachments/wp-content/uploads/2018/12/sanjay-dutt-teaser-300x178.jpg)
ସୂଚନା ମୁତାବକ, ଥରେ ତାଙ୍କ ଝିଅ ବଲିଉଡ୍ ଅଭିନେତ୍ରୀ ହେବାର ଇଚ୍ଛା ଜାହିର୍ କରିଥିବା ବେଳେ ସଞ୍ଜୟ ଦତ୍ତ ଏଭଳି ଇଚ୍ଛା ଶୁଣି ଗୋଡ଼ ଭାଙ୍ଗିବା କଥା କହିଥିଲେ । ଏକ ସାକ୍ଷାତକାରରେ, ମୋ ଝିଅ ବଲିଉଡ୍ ଅଭିନେତ୍ରୀ ହେବାକୁ ଚାହୁଁଛି ଏବଂ ମୁଁ ତା’ ଗୋଡ଼ ଭାଙ୍ଗିବାକୁ ଚାହୁଁଛି ବୋଲି କହିଥିଲେ ସଞ୍ଜୟ ଦତ୍ତ । ଖାଲି ଝିଅ ନୁହେଁ, ତାଙ୍କ ପରିବାରର କୌଣସି ସଦସ୍ୟ ଅଭିନୟ କରୁ ବୋଲି ସେ ଚାହୁଁ ନଥିବା ଜଣା ପଡ଼ିଛି ।