ସଞ୍ଜୟ ଦତ୍ତଙ୍କ ବାୟୋପିକ୍‌ର ରିଲିଜ୍‌ ଡେଟ ଫାଇନାଲ

ନୂଆଦିଲ୍ଲୀ : ଅଭିନେତା ସଞ୍ଜୟ ଦତ୍ତଙ୍କ ବାୟୋପିକ୍‌ ସିନେମା ଯେବେଠୁଁ ଫ୍ଳୋରକୁ ଗଲାଣି, ସେବେଠୁଁ ଏହା କୌଣସି ନା କୌଣସି କାରଣରୁ ଚର୍ଚ୍ଚାରେ ରହିଛି। ତେବେ ଏହି ଫିଲ୍ମଟି କେବେ ରିଲିଜ ହେବ ତାହାକୁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ସିନେପ୍ରେମୀ । ଏବେ ସେହି କଥାର ଖୁଲାସା ହୋଇଛି ଏବଂ ଏହି ସିନେମାର ରିଲିଜ ଡେଟ ଫାଇନାଲ ହୋଇଛି।

ହଁ ସଞ୍ଜୟ ଦତ୍ତଙ୍କ ବାୟୋପିକ୍‌ ଫିଲ୍ମ ଆଗାମୀ ଜୁନ୍‌ ୨୯ ତାରିଖରେ ରିଲିଜ ହେବ । ଏହାର ପ୍ରଥମ ଟିଜର ଏପ୍ରିଲ୍‌ ୨୪ ତାରିଖରେ ରିଲିଜ ହେବ। ଏହି ସିନେମାରେ ସଞ୍ଜୟ ଦତ୍ତଙ୍କ ଭୂମିକା ନିଭାଇଥିବା ଅଭିନେତା ରଣବୀର କପୁର ଏହି ତାରିଖ ସଂପର୍କରେ ସୂଚନା ପ୍ରଦାନ କରିଛନ୍ତି ।

ପ୍ରାପ୍ତ ସୂଚନା ଅନୁଯାୟୀ , ଏହି ଫିଲ୍ମଟି ବିତରଣ ଅଧିକାର ୧୧୦ କୋଟି ଟଙ୍କାରେ ବିକ୍ରି ହୋଇସାରିଛି। ଏହି ଫିଲ୍ମର ଟ୍ରେଲର ମଇ ୮ ତାରିଖରେ ରିଲିଜ ହେବ। ଏଥିରେ ରଣବୀର କପୁରଙ୍କ ବ୍ୟତୀତ ଅନୁଷ୍କା ଶର୍ମା , ସୋନମ କପୁର , ଦୀୟା ମିର୍ଜା ଓ ପରେଶ ରାଓ୍ଵଲ ପ୍ରମୁଖ ଅଭିନୟ କରୁଛନ୍ତି । ଏହାର ନିର୍ଦ୍ଦେଶନା ଦେଇଛନ୍ତି ରାଜ୍‌ କୁମାର ହିରାନୀ ।

ସମ୍ବନ୍ଧିତ ଖବର