ମୁମ୍ବାଇ: ‘ସଞ୍ଜୁ’ ଚଳଚ୍ଚିତ୍ର ରିଲିଜ ହେବା ପରେ ଅଭିନେତା ରଣବୀର କପୁର ଯେ ଏକଦମ ଛାଇ ଯାଇଛନ୍ତି ସେଥିରେ ସନ୍ଦେହ ନାହିଁ। ଏପରିକି ଏହି ଚଳଚ୍ଚିତ୍ର ପରେ ନିର୍ଦ୍ଦେଶକ ରାଜକୁମାର ହିରାନୀ ରଣବୀରଙ୍କୁ ନେଇ ଆହୁରି ଗୁଡ଼ାଏ ଚଳଚ୍ଚିତ୍ର କରିବାର ଯୋଜନା କରିଛନ୍ତି ବୋଲି ଖୁଲାସା କରିଛନ୍ତି। ଯାହା ବି ହେଉ ଏହି ଚଳଚ୍ଚିତ୍ରରେ ସଂପୃକ୍ତ ଥିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତି ହେଉଛନ୍ତି ସଞ୍ଜୟ ଦତ୍ତ, ଅର୍ଥାତ ଆପଣ ସମସ୍ତଙ୍କ ପ୍ରିୟ ଅଭିନେତା ସଞ୍ଜୁବାବା। ଜାଣିବା ପାଇଁ ଆପଣଙ୍କ ଉତ୍ସୁକତା ବଢ଼ି ଯିବଣି ନିଶ୍ଚୟ ଯେ ଏହି ଚଳଚ୍ଚିତ୍ରକୁ ଦେଖିବା ପରେ ସଞ୍ଜୟ ଦତ୍ତଙ୍କ ପ୍ରତିକ୍ରିୟା କିପରି ଥିଲା।
/sambad/media/post_attachments/wp-content/uploads/2018/07/pjimage-3-1524557757-300x200.jpg)
ନିର୍ଦ୍ଦେଶକ ହିରାନୀ ଜଣାଇଛନ୍ତି ଯେ ଚଳଚ୍ଚିତ୍ରଟି ଦେଖିବା ସମୟରେ ସଞ୍ଜୟ ଦତ୍ତଙ୍କ ମୁହଁରେ ଏକ ଅଦ୍ଭୂତ ଚମକ ଥିଲା। ଚଳଚ୍ଚିତ୍ର ଦେଖିବା ପରେ ସେ ଭାବପ୍ରବଣ ହୋଇ କାନ୍ଦି ପକାଇଥିଲେ। ରଣବୀର କପୁରଙ୍କୁ ତାଙ୍କର ଆକର୍ଷଣୀୟ ଅଭିନୟ ପାଇଁ କୁଣ୍ଢାଇ ପକାଇ ଅଭିନନ୍ଦନ ଜଣାଇ ଥିଲେ। ସେ ସଙ୍ଗେ ସଙ୍ଗେ କହି ପକାଇଥିଲେ ଯେ ‘ସଞ୍ଜୁ’ ଚଳଚ୍ଚିତ୍ରର ସିକୁଏଲ୍ କରାଯାଉ।ସଞ୍ଜୁଙ୍କ ଜୀବନର ଅନେକ କିଛି କଥା ଆହୁରି ବାକି ରହିଗଲା। ଯାହାକୁ ଦର୍ଶକେ ଦେଖି ପାରିନାହାନ୍ତି।
/sambad/media/post_attachments/wp-content/uploads/2018/07/images-1-10-300x132.jpg)
ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ସଞ୍ଜୟ ଦତ୍ତଙ୍କ ଜୀବନୀ ଉପରେ ସମୁଦାୟ ୬୫୦ ପୃଷ୍ଠାର ପୁସ୍ତର ରଚନା କରାଯାଇଛି। ମାତ୍ର ଚଳଚ୍ଚିତ୍ରରେ ମାତ୍ର ୧୦୦ ପୃଷ୍ଟା ପ୍ରଦର୍ଶିତ କରାଯାଇଛି। ଏବେ ପ୍ରଶ୍ନ ହେଉଛି ବାସ୍ତବରେ କ’ଣ ନିର୍ଦ୍ଦେଶକ ହିରାନୀ ସଞ୍ଜୁଙ୍କ ଜୀବନ ଆଉ କିଛି କଥା ଦର୍ଶକଙ୍କୁ ପରଷି ଦେବେ?
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/sanju-sanjay-dutt-ranbir-kapoor-780x405.jpeg)