ଜଣାଶୁଣା ନିର୍ଦ୍ଦେଶକ ସଞ୍ଜୟ ନାୟକଙ୍କ ନୂଆ ଟେଲିସିନେମା ‘ଗଙ୍ଗା ଯମୁନା ସରସ୍ବତୀ’ ଖୁବ୍ ଶୀଘ୍ର ତରଙ୍ଗରେ ପ୍ରଦର୍ଶିତ ହେବ। ଏଥିରେ ଶ୍ରଦ୍ଧା ପାଣିଗ୍ରାହୀ, ଅଙ୍କିତ କୁମାର, ବିକ୍ରମ କେଶରୀ ମହାନ୍ତି, ଜ୍ୟୋତି ପ୍ରକାଶ ପଣ୍ଡା, ଅଭିନବ ସିଂ ଓ ରଶ୍ମି ପ୍ରମୁଖ ମୁଖ୍ୟ ଭୂମିକାରେ ଅଛନ୍ତି। ଏହାର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ବି ଲେଖିଛନ୍ତି ସଞ୍ଜୟ।

Advertisment

ସନ୍ଦୀପ ପଣ୍ଡା ସଙ୍ଗୀତ ଦାୟିତ୍ବ ସମ୍ଭାଳି ଥିବା ବେଳେ ଗୀତ ଲେଖିଛନ୍ତି ନିର୍ମଳ ନାୟକ। ଗୀତଗୁଡ଼ିକରେ କଣ୍ଠଦାନ କରିଛନ୍ତି ଗୌରବ ଆନନ୍ଦ, ଏସ୍ ଜିତୁ ଓ ପାୟଲ ମହାନ୍ତି। କୋରିଓଗ୍ରାଫି ଦାୟିତ୍ବରେ ଅଛନ୍ତି ଲୁବୁନ୍-ଟୁବୁନ୍। କ୍ଷୀରୋଦ ପଟ୍ଟନାୟକ ପ୍ରଯୋଜନା କରିଥିବା ‌ବେଳେ କାହ୍ନୁ ନନ୍ଦ ଶୁଭମ୍ ସିନେମାଟୋଗ୍ରାଫି କରିଛନ୍ତି।