ମୁମ୍ବାଇ : ସଞ୍ଜୟ ଦତ୍ତଙ୍କ ବାୟୋପିକ୍ ଫିଲ୍ମ ‘ସଞ୍ଜୁ’ ଏବେ ଦେଶରେ ଏବଂ ଦେଶ ବାହାରେ ଲୋକପ୍ରିୟ ହୋଇ ସାରିଛି । ଫିଲ୍ମର ରିଲିଜ୍କୁ ମାସେ ହେବାକୁ ଥିବା ବେଳେ ଏବେ ମଧ୍ୟ ଲୋକମାନଙ୍କ ମଧ୍ୟରେ ଫିଲ୍ମର କ୍ରେଜ୍ ଦେଖିବାକୁ ମିଳିଛି । ଏବେ ଆଉ ଏକ ନୂଆ ଜିନିଷର ଆରମ୍ଭ କରି ‘ସଞ୍ଜୁ’ ପ୍ରଥମ ଭାରତୀୟ ଫିଲ୍ମ ବନି ପାରିଛି। ଦୃଷ୍ଟିହୀନଙ୍କ ପାଇଁ ଫିଲ୍ମ ‘ସଞ୍ଜୁ’ର ସ୍ପେଶାଲ ସ୍କ୍ରିନିଙ୍ଗ ରଖାଯିବାକୁ ଥିବା ବେଳେ ଏପରି କରିବାରେ ଭାରତର ପ୍ରଥମ ଫିଲ୍ମ ସାଜିଛି ‘ସଞ୍ଜୁ’ ।
/sambad/media/post_attachments/wp-content/uploads/2018/08/69qafeuo_sanju-youtube_625x300_20_July_18-300x185.jpg)
ଫିଲ୍ମର ସ୍ପେଶାଲ ସ୍କ୍ରିନିଙ୍ଗ ଅଗଷ୍ଟ ୧ରେ ଦିଲ୍ଲୀରେ ଆୟୋଜିତ ହେବାକୁ ଯାଉଥିବା ଜଣାପଡ଼ିଛି । ଦିଲ୍ଲୀରେ ଥିବା କନ୍ନଟ୍ ପ୍ଲେସ୍ର ପିଭିଆର୍ ସିନେମାରେ ଦୃଷ୍ଟିହୀନଙ୍କ ପାଇଁ ଏହି ସ୍ପେଶାଲ ସ୍କ୍ରିନିଙ୍ଗ ରଖାଯିବ ବୋଲି ଜଣାଯାଇଛି । ଏହି ଫିଲ୍ମର ମଜା ଦୃଷ୍ଟିହୀନଙ୍କ ସମେତ ଅନ୍ୟ ସାଧାରଣ ଲୋକମାନେ ମଧ୍ୟ ନେଇ ପାରିବେ । ଏହି ଫିଲ୍ମର ସ୍କ୍ରିନିଙ୍ଗ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରାଳୟ, ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ତରଫରୁ ରଖା ଯାଇଥିବା ଜଣାପଡ଼ିଛି ।