‘ସଞ୍ଜୁ’ ରିଲିଜ ପରେ ସମସ୍ତେ ଏହାର ସଫଳତାକୁ ନେଇ ସମସ୍ତେ ଖୁସି ଥିବା ବେଳେ ସଞ୍ଜୟଙ୍କ ଝିଅ ତ୍ରିଶାଲା କିନ୍ତୁ ଦୁଃଖୀ

ମୁମ୍ବାଇ : ବଲିଉଡ୍‌ର ମୁନ୍ନା ଭାଇ ଅଭିନେତା ସଞ୍ଜୟ ଦତ୍ତଙ୍କ ଜୀବନୀକୁ ନେଇ ଫିଲ୍ମ ‘ସଞ୍ଜୁ’ ନିର୍ମାଣ କରାଯାଇଥିବା ବେଳେ ରିଲିଜ ପରେ ଏହି ଫିଲ୍ମକୁ ସମସ୍ତଙ୍କ ଭଲ ପାଇବା ମିଳିଛି । ବକ୍ସ ଅଫିସରେ ଫିଲ୍ମଟି ସବୁ ରେକର୍ଡ଼ ଭାଙ୍ଗିବା ପରେ ନୂଆ ବାଦ୍‌ଶାହା ବନିଛନ୍ତି ସଞ୍ଜୟ ଦତ୍ତଙ୍କ ଭୂମିକାରେ ନଜର ଆସିଥିବା ଅଭିନେତା ରଣବୀର କପୁର । ରିଲିଜ୍‌ ପରେ ସମସ୍ତେ ଫିଲ୍ମକୁ ପ୍ରଶଂସା କରୁଥିବା ବେଳେ ସଞ୍ଜୟଙ୍କ ପ୍ରଥମ ସ୍ତ୍ରୀ ରିଚା ଶର୍ମା ଏବଂ ତାଙ୍କ କନ୍ୟା ତ୍ରିଶାଲା ଏ ନେଇ କୌଣସି ପ୍ରତିକ୍ରିୟା ରଖି ନଥିବା ଦେଖିବାକୁ ମିଳିଛି । ମିଳିଥିବା ସୂଚନା ଅନୁଯାୟୀ, ତ୍ରିଶାଲା ତାଙ୍କ ବାପା ସଞ୍ଜୟ ଦତ୍ତଙ୍କ ଉପରେ ରାଗିଛନ୍ତି । ଯେଉଁଥି ପାଇଁ ସବୁ ବେଳେ ସୋସିଆଲ ମିଡ଼ିଆରେ ଆକ୍ଟିଭ୍‌ ରହି ମଧ୍ୟ ଫିଲ୍ମକୁ ନେଇ କୌଣସି ପ୍ରତିକ୍ରିୟା ରଖି ନାହାନ୍ତି ତ୍ରିଶାଲା ।

The Indian Express

ସୂଚନା ମୁତାବକ,ଫିଲ୍ମର କାଷ୍ଟ ସ୍ଥିର ହେବା ଦିନଠାରୁ ତ୍ରିଶାଲା ସଞ୍ଜୟଙ୍କ ଉପରେ ରାଗିଛନ୍ତି । ଫିଲ୍ମରେ କେଉଁ ଅଭିନେତା-ଅଭିନେତ୍ରୀ କେଉଁ ଚରିତ୍ରରେ ଆସିବେ ତାହା ସ୍ଥିର କରାଯାଉଥିବା ବେଳେ ସେଥିରେ ତ୍ରିଶାଲା ଏବଂ ତାଙ୍କ ମା’ଙ୍କର କୌଣସି ଚରିତ୍ର ରଖା ଯାଇ ନଥିଲା । ଏହା ସହ ଫିଲ୍ମରେ ମଧ୍ୟ ଦୁଇ ଜଣଙ୍କ ବିଷୟରେ ଦେଖା ଯାଇ ନ ଥିବାରୁ ତ୍ରିଶାଲା ରାଗିଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର