ରିଲିଜ୍‌ର ପ୍ରଥମ ଦିନରେ ଅନ୍‌ଲାଇନ୍‌ରେ ଲିକ୍‌ ହେଲା ‘ସଞ୍ଜୁ’!

ମୁମ୍ବାଇ: ସଞ୍ଜୟ ଦତ୍ତଙ୍କ ଜୀବନୀ ଉପରେ ଆଧାତିର ଚଳଚ୍ଚିତ୍ର ‘ସଞ୍ଜୁ’ ରିଲିଜ୍‌ ହେବାର ପ୍ରଥମ ଦିନରେ ହିଁ ଇଣ୍ଟର୍‌ନେଟ୍‌ରେ ଭାଇରାଲ୍‌ ହୋଇଛି। ରଣବୀର କପୁରଙ୍କ ଅଭିନୀତ ଏହି ଚଳଚ୍ଚିତ୍ରଟି ଇଣ୍ଟର୍‌ନେଟ୍‌ରେ ଯେଉଁ ଲିଙ୍କ୍‌ରେ ଉପଲବ୍ଧ ଅନେକ ଲୋକ ସେହି ଲିଙ୍କ୍‌ର ସ୍କ୍ରିନ୍‌ ସର୍ଟ ମାରି ସୋସିଆଲ୍‌ ମିଡିଆରେ ସେୟାର କରିଛନ୍ତି। ଚଳଚ୍ଚିତ୍ରର ହଲ୍‌ ପ୍ରିଣ୍ଟ୍‌ ନୁହେଁ, ବରଂ ଏଚ୍‌ଡି ପ୍ରିଣ୍ଟ୍‌ ଇ୍‌ଣଟର୍‌ନେଟ୍‌ରେ ଉପଲବ୍ଧ ହେବା କଥା ସଞ୍ଜୟ ଦତ୍ତଙ୍କ ପ୍ରଶଂସକଙ୍କୁ ଦୁଃଖୀ କରିଛି। ଏପରିକି ଅନେକ ବ୍ୟବହାରକାରୀ ଏହି ଲିଙ୍କ୍‌କୁ ଚାରିଆଡ଼େ ପ୍ରଚାର ନକରିବା ପାଇଁ ଟୁିଇଟର୍‌ରେ ମତ ପ୍ରକାଶ କରିଛନ୍ତି।

ଚଳଚ୍ଚିତ୍ର ରିଲିଜ୍‌ ହେବାର ପ୍ରଥମ ଦିନରେ ହିଁ ଲିକ୍‌ ହୋଇଥିବାରୁ ଏହା ହୁଏତ ବ୍ୟବସାୟ ଉପରେ ପ୍ରଭାବ ପକାଇପାରେ ବୋଲି ଚିନ୍ତା ପ୍ରକଟ କରି ସଞ୍ଜୁଙ୍କ ପ୍ରଶଂସକ ଏହାକୁ ରୋକିବା ପାଇଁ ସୋସିଆଲ୍‌ ମିଡିଆରେ ନିବେଦନ କରିଛନ୍ତି।

କେବଳ ସଞ୍ଜୟ ଦତ୍ତ ନୁହେଁ ବରଂ ରଣବୀରଙ୍କ ପ୍ରଶଂସକ ମଧ୍ୟ ଏପରି ଏକ ଖବରରେ ଖୁସି ନାହାନ୍ତି। ଏପରି ଜାଲିଆତି ବେପାରକୁ ପ୍ରଶ୍ରୟ ନଦେଇ ଚଳଚ୍ଚିତ୍ରଟିକୁ ସିନେମା ହଲ୍‌ ଯାଇ ଦେଖିବାକୁ ମଜ୍ଜା ନିଅନ୍ତୁ ବୋଲି କେତବ ରଣବୀରଙ୍କ ପ୍ରଶଂସକ ମତ ରଖିଛନ୍ତି।

ସମ୍ବନ୍ଧିତ ଖବର