ସନମୀରାଙ୍କ ‘ଇଶ୍କରେ’ ପଡ଼ିଛନ୍ତି ଏହି ଓଡ଼ିଆ ନାୟକ

ମୁମ୍ବାଇ: ଓଡ଼ିଆ ସିନେ ନିର୍ମାତାମାନେ ଅନେକ ସମୟରେ ନୂଆ ନୂଆ ଯୋଡିଙ୍କୁ ନେଇ ଫିଲ୍ମ ନିର୍ମାଣ କରିଥାନ୍ତି। ବେଳେ ବେଳେ ପୁରୁଣା ନାୟକ-ନାୟିକାଙ୍କୁ ପ୍ରଥମ ଥର ଯୋଡି ବନାଇ ଫିଲ୍ମ ତିଆରି କରିଥାନ୍ତି। ଏବେ ଓଡ଼ିଶାର ଜଣାଶୁଣା ନିର୍ଦ୍ଦେଶକ ଏନ୍‌ ପାଢ଼ୀ ଏକ ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି। ଏହି ସିନେମାର ଟାଇଟଲ ହେଲା ‘ତୋ’ ଇଶ୍କରେ’।
ଏହି ନୂଆ ଓଡ଼ିଆ ସିନେମାରେ ଦର୍ଶକ ପ୍ରଥମ ଥର ପାଇଁ ନାୟକ ଜ୍ୟୋତିଙ୍କ ବିପକ୍ଷରେ ଚୁଲୁବୁଲି ନାୟିକା ସନମୀରାଙ୍କୁ ଦେଖିବାକୁ ପାଇବେ। ଜ୍ୟାତି ନାୟକ ଭାବେ ଯେମିତି ଲୋକପ୍ରିୟ,ସନମୀରା ବି ସେମିତି ବେଶ୍‌ ଜଣାଶୁଣା । ଜ୍ୟୋତି ପୂର୍ବରୁ ତମନ୍ନା,ଅଙ୍କିତା,ପିଙ୍କି ପ୍ରିୟଦର୍ଶିନୀ,ଏଲିନା,ଝିଲିକ୍‌,ରୀୟା ଦେ ଓ ଅନୁଭା ପ୍ରମୁଖ ନାୟିକାଙ୍କ ସହ ଅନ୍‌ସ୍କ୍ରିନ୍‌ ରୋମାନ୍‌ସ କରିଛନ୍ତି। ହେଲେ ସନମୀରାଙ୍କ ସହ ‘ତୋ’ ଇଶ୍କରେ’ହେଉଛି ଜ୍ୟୋତିଙ୍କର ପ୍ରଥମ ସିନେମା।


ଠିକ୍‌ ସେହିପରି ସନମୀରାଙ୍କୁ ଦର୍ଶକ ସ୍ୱରାଜ,ବାବୁସାନ୍‌ ଓ ଅମ୍ଳାନଙ୍କ ଭଳି ନାୟକଙ୍କ ବିପକ୍ଷରେ ଦେଖିବାର ସୁଯୋଗ ପାଇଛନ୍ତି। ଜ୍ୟୋତି-ସନମୀରା ଯୋଡିଙ୍କର ଏହି ପ୍ରଥମ ସିନେମା ‘ତୋ’ ଇଶ୍କରେ’ରେ ଅନ୍ୟମାନଙ୍କ ମଧ୍ୟରେ ମିହିର ଦାସ,ଅସିତ ପତି ଓ ଗୁଡୁ ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି। ଏହି ଫିଲ୍ମର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବୈଦ୍ୟନାଥ ଦାସ ଓ ବଦ୍ରି ମହାନ୍ତି।

ସମ୍ବନ୍ଧିତ ଖବର