ସଂସ୍କୃତ ଭାଷାରେ ଦେଶାତ୍ମବୋଧକ ଗୀତ ପ୍ରସ୍ତୁତ କରି ରାଜ୍ୟପାଳଙ୍କୁ ଭେଟିଲେ ପ୍ରେମ ଆନନ୍ଦ

ଭୁବନେଶ୍ୱର: ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ୍‌ଆନନ୍ଦ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ସାକ୍ଷାତ କରି ତାଙ୍କ ଦ୍ୱାରା ସଂପ୍ରତି ପ୍ରସ୍ତୁତ କରାଇଥିବା ଏକ ସଂସ୍କୃତ ଦେଶାତ୍ମବୋଧକ ଗୀତ ସଂପର୍କରେ ଅବଗତ କରିଛନ୍ତି। ଓଡ଼ିଆ ଚଳଚ୍ଚିତ୍ର ସଙ୍ଗୀତରେ ବହୁ ମନଛୁଆଁ ଗୀତ ସ୍ୱରାରୋପିତ କରିଥିବା ପ୍ରେମ୍‌ ଆନନ୍ଦ ପଣ୍ଡିତ ପ୍ରବୋଧ ମିଶ୍ରଙ୍କ ଦ୍ୱାରା ଲିଖିତ ଏକ ସଂସ୍କୃତ ଦେଶାତ୍ମବୋଧକ ଗୀତ ପ୍ରସ୍ତୁତ କରିଛନ୍ତି। ବଲିଉଡ ଗାୟକ ଶଙ୍କର ମହାଦେବନ୍‌ ଏହି ଗୀତକୁ ଗାଇଛନ୍ତି। ‘ବନ୍ଦେ ଭାରତ ମାତରମ୍‌ …’ ଶୀର୍ଷକ ଏହି ଗୀତ ସମ୍ପର୍କରେ ମହାମହିମ ରାଜ୍ୟପାଳଙ୍କୁ ଅବଗତ କରାଇଛନ୍ତି ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ।

ସମ୍ବନ୍ଧିତ ଖବର