ଜାଣନ୍ତୁ ହଠାତ୍ କ’ଣ ପାଇଁ ନିଜ ପକେଟରୁ ଏଟିଏମ୍ କାର୍ଡ଼ କାଢ଼ି ଅଭିନେତ୍ରୀ ସପ୍ନା ଚୌଧୁରୀଙ୍କୁ ଧରାଇ ଦେଲେ ଯୁବକ?
ନୂଆଦିଲ୍ଲୀ : ପଶ୍ଚିମ ଉତ୍ତରପ୍ରଦେଶରୁ ଆରମ୍ଭ କରି ଦିଲ୍ଲୀ,ହରିୟାଣା ଏବଂ ରାଜସ୍ଥାନରେ ନିଜ ନୃତ୍ୟର ଯାଦୁ ସମସ୍ତଙ୍କ ଉପରେ ଜମାଇ ସାରିଥିବା ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ସପ୍ନା ଚୌଧୁରୀ ଏବେ ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି । ବିଗ୍ ବସ୍ରୁ ବାହାରିବା ପରେ ଧିରେ ଧିରେ ତାଙ୍କ ଲୋକପ୍ରିୟତା ବଢ଼ିଥିଲା । ତାଙ୍କ ନୃତ୍ୟଶୈଳୀକୁ ଲୋକେ ସ୍ୱତନ୍ତ୍ର ପରିଚୟ ଦେଇଥିବା ବେଳେ ଏବେ ତାଙ୍କ ନୃତ୍ୟକୁ ନେଇ ସମସ୍ତେ ଦିଓ୍ଵାନା । ତେବେ ଏ ମଧ୍ୟରେ ସପ୍ନାଙ୍କ ଏକ ଭିଡ଼ିଓ ଭାଇରାଲ ହେଉଛି । ଯେଉଁଥିରେ ଜଣେ ଯୁବକ ତାଙ୍କୁ ନିଜ ଏଟିଏମ୍ କାର୍ଡ଼ ଦେଉଥିବାର ଦେଖାଯାଇଛି । ଏହା ସହ ଯୁବକ ଜଣଙ୍କ ସପ୍ନାଙ୍କର କେତେ ବଡ଼ ପ୍ରଶଂସକ ତାହା ଜଣାଇବା ପାଇଁ ସେ ସପ୍ନାଙ୍କୁ ନିଜ କାର୍ଡ଼ର ପିନ୍ ନମ୍ବର ମଧ୍ୟ ଦେଇଥିବା ଜଣାପଡ଼ିଛି ।

ସୂଚନା ମୁତାବକ, କିଛି ଦିନ ତଳେ ସପ୍ନା ହରିୟାଣାକୁ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ ଯାଇଥଲେ । ଯେଉଁଠି ତାଙ୍କର ଅନେକ ପ୍ରଶଂସକ ଉପସ୍ଥିତ ଥିଲେ । ଏହି ସମୟରେ ଜଣେ ଯୁବକ ସପ୍ନାଙ୍କ ନାଚକୁ ଦେଖି ଖୁସିରେ ୫୦୦ଟଙ୍କା ଦେଇଥିଲେ । ଧିରେ ଧିରେ ସେହି ଯୁବକ ଜଣଙ୍କ ନିଜ ପାଖରେ ଥିବା ସମସ୍ତ ଟଙ୍କା ଦେବାକୁ ଲାଗିଥିଲେ । ଏହା ଦେଖି ଥଟ୍ଟାରେ ସପ୍ନା ଯୁବକଜଣଙ୍କୁ ଏଟିଏମ୍ କାର୍ଡ଼ ଦେବାକୁ କଥା କହିଥିଲେ । ଯାହା ପରେ ଯୁବକ ତୁରନ୍ତ ନିଜ ପକେଟରୁ କାର୍ଡ଼ କାଢ଼ି ଦେବା ସହ ଏଟିଏମ୍ର ପିନ୍ ନମ୍ବର ମଧ୍ୟ ଦେଇ ଦେଇଥିଲେ । କିନ୍ତୁ ସପ୍ନା ଏଟିଏମ୍ ନ ନେଇ ଯୁବକଙ୍କୁ ଫେରାଇ ଦେଇଥିଲେ ବୋଲି ଭାଇରାଲ ହୋଇଥିବା ଭିଡ଼ିଓରେ ଦେଖାଯାଇଛି ।