ମୁମ୍ବାଇ: ବଲିଉଡ୍ର ସୁପରିଚିତ ଷ୍ଟାର୍ କିଡ୍ ସାରା ଅଲ୍ଲୀ ଖାନ୍ ବାପା ସୈଫ୍ଙ୍କ ପରି ବେଶ୍ ଚର୍ଚ୍ଚିତ ଏକଥା ତ ଆପଣ ନିଶ୍ଚୟ ଜାଣିଥିବେ। ସେ କିଛି ଦିନ ଅନ୍ତରରେ ନିଜର କୌଣସି ଏକ ହର୍କତ୍ ପାଇଁ ଚର୍ଚ୍ଚାରେ ରହିଥାନ୍ତି। ଏକଥା ହୁଏତ ଆପଣ ଜାଣିନଥିବେ ଯେ ସେ ନିଜ ମାଆଙ୍କ ଭଳି ଖୁବ୍ ବିନ୍ଦାସ୍। ନିଜ ସାଙ୍ଗମାନଙ୍କ ପାଖରେ ସେ ବେଶ୍ ଲୋକପ୍ରିୟ ମଧ୍ୟ। କାହିଁକି ନା, ସାରା ସେମାନଙ୍କ ମେଳରେ ଖୁବ୍ ମସ୍ତି କରନ୍ତି। ନିକଟରେ ସାରାଙ୍କର ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି।
ଆପଣ ପୂର୍ବରୁ ସାରାଙ୍କର ଅନେକ ଫଟୋ ସୋସିଆଲ୍ ମିଡିଆରେ ଦେଖିଥିବେ। ମାତ୍ର ସାରାଙ୍କ ଖୋଲାଳିଆ କଣ୍ଠସ୍ୱର କେବେ ଶୁଣିଛନ୍ତି? ତାଙ୍କର ବିନ୍ଦାସ ଅନ୍ଦାଜ ପୂର୍ବରୁ କେବେ ଦେଖିଛନ୍ତି? ଯଦି ଦେଖିନାହାନ୍ତି ତ ଏହି ଭିଡିଓଟିକୁ ନିଶ୍ଚୟ ଦେଖନ୍ତୁ ଓ ଉପଭୋଗ କରନ୍ତୁ। ଭିଡିଓଟିରେ ସାରାଙ୍କ ସହ ତାଙ୍କର କେତେ ଜଣ ବନ୍ଧୁ ନଜର ଆସିଛନ୍ତି। ସାରା ଗୀତ ଗାଇ ମସ୍ତି କରୁଥିବାର ନଜର ଆସୁଛନ୍ତି।