ପରସ୍ପର ମଧ୍ୟରେ ଥିବା ସବୁ ସଂପର୍କକୁ ଭାଙ୍ଗିଲେ ସାରା-ସୁଶାନ୍ତ, ଏହି କାରଣ ପାଇଁ ହୋଇଥିଲା ଝଗଡ଼ା

ମୁମ୍ବାଇ : ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌ ଏବଂ ସୁଶାନ୍ତ ସିଂହ ରାଜ୍‌ପୁତ୍‌ଙ୍କ ମଧ୍ୟରେ ଥିବା ସବୁ ସଂପର୍କ ଏବେ ଭାଙ୍ଗି ଯାଇଛି । ଦୁହେଁ ପରସ୍ପରଠାରୁ ଅଲଗା ହୋଇ ଯାଇଥିବା ସୂଚନା ମିଳିଛି । ସାରା ଫିଲ୍ମ କେଦାରନାଥ ଜରିଆରେ ବଲଉଡ୍‌ରେ ପାଦ ଥାପି ଥିଲେ । ଫିଲ୍ମଟି ବକ୍ସ ଅଫିସରେ ସଫଳ ହୋଇଥିବା ବେଳେ ସାରାଙ୍କ ସହ ନଜର ଆସିଥିଲେ ଅଭିନେତା ସୁଶାନ୍ତ ସିଂହ ରାଜପୁତ୍‌ । ଫିଲ୍ମ ରିଲିଜ୍‌ ପରେ ଦୁହିଁଙ୍କ ସଂର୍ପକକୁ ନେଇ ଚର୍ଚ୍ଚା ଜୋର୍‌ ଧରିଥିଲା । ଦୁହେଁ ପରସ୍ପରକୁ ଡେଟ୍‌ କରୁଥିବା ଖବର ପ୍ରସାର ହୋଇଥିବା ବେଳେ ଏବେ ଦୁହେଁ ଅଲଗା ହୋଇ ଯାଇଛନ୍ତି । ଯାହା ସୁଶାନ୍ତଙ୍କ ଇନ୍‌ଷ୍ଟା ଆକାଉଣ୍ଟରୁ ଜଣା ପଡ଼ିଛି ।

SpotboyE

ଇନ୍‌ଷ୍ଟାରେ ସୁଶାନ୍ତ ସାରାଙ୍କୁ ଅନ୍‌ଫଲୋ କରିବା ସହ ଦୁହିଁଙ୍କ ଫଟୋ ହଟାଇ ଦେଇଥିବା ଦେଖା ଯାଇଛି । ଯାହା ପରେ ଏହି ଚର୍ଚ୍ଚା ଜୋର୍‌ ଧରିଛି । ସାରା ସୁଶାନ୍ତଙ୍କ ଉପରେ ନଜର ରଖୁଥିବାର ବିରକ୍ତ ହୋଇ ସୁଶାନ୍ତ ଏପରି କରିଥିବା ସୂଚନା ମିଳିଛି । ତେବେ ପ୍ରକୃତରେ କେଉଁ କାରଣ ପାଇଁ ଦୁହେଁ ଅଲଗା ହୋଇଛନ୍ତି, ତାହା ସ୍ପଷ୍ଟ ହୋଇ ପାରି ନାହିଁ ।

ସମ୍ବନ୍ଧିତ ଖବର