ନବଜାତ ଭାଇ ପାଇଁ ଉପହାର ଧରି ପହଞ୍ଚିଲେ ସୈଫ୍‌ଙ୍କ ତନୟା ସାରା ଅଲ୍ଲୀ ଖାନ୍‌

ମୁମ୍ବାଇ: କରୀନା କପୁର ଓ ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ନବଜାତ ପୁଅ ପାଇଁ ଉପହାର ନେଇ ଆସୁଥିବା ବେଳେ କ୍ୟାମେରାରେ ଦେଖିବାକୁ ମିଳିଛନ୍ତି ସୈଫ୍‌ଙ୍କ ଝିଅ ସାରା ଅଲ୍ଲୀ ଖାନ୍‌। କରୀନା ଗତ ୨୧ ତାରିଖରେ ମୁମ୍ବାଇର ବ୍ରିଚ୍‌ କ୍ୟାଣ୍ଡି ହସ୍ପିଟାଲ୍‌ରେ ନିଜର ଦ୍ବିତୀୟ ପୁତ୍ରକୁ ଜନ୍ମ ଦେଇଛନ୍ତି। ତେବେ, ନବଜାତକର ନାମ ଏଯାବତ୍‌ ଦିଆଯାଇ ନାହିଁ। ଇଣ୍ଟର୍‌ନେଟ୍‌ରେ ନିକଟରେ ‌ଯେଉଁ ଭିଡିଓ ଭାଇରାଲ୍‌ ହୋଇଛି, ସେଥିରେ ସାରା ଅନେକ ଗୁଡ଼ାଏ ସପିଂ ବ୍ୟାଗ୍‌ ଧରି ଗାଡ଼ିରୁ ବାହାରୁଥିବାର ଦେଖିବାକୁ ମିଳିଛି। ସେହି ସବୁ ବ୍ୟାଗ୍‌ରେ ନିଶ୍ଚୟ ତାଙ୍କ ନବଜାତ ଭାଇଙ୍କ ପାଇଁ ଉପହାର ରହିଛି ବୋଲି ଅନୁମାନ ଲଗାଯାଉଛି।

 

 

View this post on Instagram

 

A post shared by Viral Bhayani (@viralbhayani)

ଭିଡିଓରେ ସାରା ଏକ ପ୍ଲେସୁଟ୍ ପିନ୍ଧି କାର୍‌ରୁ ବାହାରୁଥିବାର ଦେଖିବାକୁ ମିଳିଛନ୍ତି। ସାରା କାର୍‌ରୁ ବାହାରିବା ବେଳେ ଫଟୋ ଓ ଭିଡିଓଗ୍ରାଫର୍‌ଙ୍କ ସହ ପଦେ ଦୁଇପଦ କଥା ହୋଇଥିବାର ବି ଦେଖିବାକୁ ମିଳିଛନ୍ତି।

ତାଙ୍କୁ ପଚରାଯାଉଛି କି ‘ସାରା ମାଡାମ୍‌ କିପରି ଅଛନ୍ତି?’ ଯାହାର ଉତ୍ତରରେ ସାରା କହୁଛନ୍ତି, ‘ମୁଁ ଭଲ ଅଛି, ଆପଣ କିପରି ଅଛନ୍ତି’? ଭିଡିଓଟି ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଜୋର୍‌ରେ ଭାଇରାଲ୍‌ ହେବାରେ ଲାଗିଛି।

ସମ୍ବନ୍ଧିତ ଖବର