ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ସାରା ଅଲ୍ଳୀ ଖାନ୍ କିଛି ଦିନ ହେବ ତାଙ୍କ ଫିଲ୍ମ ‘ଜରା ହଟ୍କେ ଜରା ବଚ୍କେ’ର ପ୍ରମୋସନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମରେ ସାରାଙ୍କୁ ଅଭିନେତା ଭିକି କୌଶଲଙ୍କ ସହ ଦେଖିବାକୁ ମିଳିଛି। ସେ ଫିଲ୍ମର ପ୍ରମୋସନ ପାଇଁ ଭିକି କୌଶଲଙ୍କ ସହ ନଜର ଆସିଥିବା ବେଳେ ଫିଲ୍ମ ଦେଖିବାକୁ ନିଜ ଭାଇ ଇବ୍ରାହିମ୍ଙ୍କ ସହ ଯାଇ ହଲ୍ରେ ପହଞ୍ଚିଥିଲେ। ତେବେ ଏହା ମଧ୍ୟରେ ଏପରି କିଛି ଘଟିଲା ସେ ସାରା ରାସ୍ତା ମଝିରେ ‘ଇବ୍ରାହିମ୍ ଇବ୍ରାହିମ୍’ ଚିଲାଇବାକୁ ଲାଗିଲେ।
ଏହି ସମୟର ଏକ ଭିଡିଓ ଇନଷ୍ଟାଣ୍ଟ ବଲିଉଡ ନାମକ ଏକ ଇନ୍ଷ୍ଟାଗ୍ରାମ୍ ପେଜ୍ରେ ସେୟାର କରାଯାଇଛି। ଏହି ଭିଡିଓରେ ଆପଣ ଦେଖିପାରୁଥିବେ ଯେ ସାରା ‘ଇବ୍ରାହିମ୍ ଇବ୍ରାହିମ୍’ ବୋଲି ଚିଲାଉଛନ୍ତି। ଭିଡିଓ ଦେଖି ଏହା ସ୍ପଷ୍ଟ ହୋଇଛି ଯେ ସାରା ତାଙ୍କ ଭାଇଙ୍କୁ ନ ପାଇ ବିବ୍ରତ ହୋଇ ପଡୁଛନ୍ତି ଏବଂ ସେ ଭିଡ଼ରେ ତାଙ୍କୁ ଉଚ୍ଚ ସ୍ୱରରେ ଡାକୁଛନ୍ତି।
View this post on Instagram
ଏହି ଭିଡିଓରେ, ଆପଣ ସାରାଙ୍କ ମୁହଁରେ ଥିବା ବ୍ୟସ୍ତତାକୁ ସ୍ପଷ୍ଟ ଭାବରେ ବାରି ପାରୁଥିଲେ। ତେବେ ଏହା ପରେ ଇବ୍ରାହିମ ଆସୁଛନ୍ତି ଓ ସାରା ତାଙ୍କୁ ନେଇ କାର୍ ଭିତରେ ବସାଇଛନ୍ତି। ତା’ପରେ ଗଣମାଧ୍ୟମ ପ୍ରତିନିଧିଙ୍କ ଆଡକୁ ଚାହିଁ ‘ଛୋଟା ଭାଇ ହୈ ମେରା’ ବୋଲି କହି ଗାଡ଼ି ଭିତରକୁ ପଶି ଯାଉଛନ୍ତି।
ଏହି ଭିଡିଓଟି ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ଏଥିରେ ଅନେକ ପ୍ରତିକ୍ରିୟା ମିିଳିଛି। କେହି କେହି ସାରାଙ୍କର ତାଙ୍କ ଭାଇ ପ୍ରତି ସ୍ନେହକୁ ଦେଖି ପ୍ରଶଂସା କରିଥିବା ବେଳେ କେହି କେହି ‘ଓଭର୍ଆକ୍ଟିଂ’ ବୋଲି କହି ସମାଲୋଚନା କରିଛନ୍ତି।