କାର୍‌ ଛାଡ଼ି ଅଟୋରେ ଜିମ୍‌ ପହଞ୍ଚିଲେ ସାରା ଅଲ୍ଲୀ ଖାନ୍‌, ଭାଇରାଲ ହେଉଛି ଫଟୋ

ମୁମ୍ବାଇ : ଅନେକ ସମୟରେ ବଲିଉଡ୍‌ରେ ନୂଆ କରି ପାଦ ରଖିଥିବା ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌ଙ୍କ ଜୀବନ  ଶୈଳୀକୁ ନେଇ ଚର୍ଚ୍ଚା ହୋଇଥାଏ। ସାଧାରଣ ପୋଷାକ ସହ ସାଧାରଣ ଜୀବନ ବଞ୍ଚିବାକୁ ଭଲ ପାଉଥିବା ସାରା ଏବେ କାର୍‌ ଛାଡ଼ି ଅଟୋରେ ଯାତ୍ରା କରୁଥିବା ଦେଖା ଯାଇଛି । ଗ୍ରୀଷ୍ମର ଉତ୍ତାପକୁ ଖାତିର ନ କରି ସେ ଅଟୋରେ ଜିମ୍‌ ଯାଇଥିବା ଜଣା ପଡ଼ିଛି । ଅଟୋରୁ ଓହ୍ଲାଉଥିବାର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏବେ ତାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ଅଟୋରେ ତାଙ୍କ ସହ ସେଲିବ୍ରିଟି ଷ୍ଟାଇଲିଷ୍ଟ ତାନ୍ୟା ଘାବ୍‌ରୀ ମଧ୍ୟ ବସିଥିବାର ନଜର ଆସିଛନ୍ତି ।

indiatoday.in

ସୂଚନା ମୁତାବକ, ଫିଲ୍ମ ‘କେଦାରନାଥ’ରୁ ବଲିଉଡ୍‌ରେ ଡେବ୍ୟୁ କରିଥିଲେ ସାରା । ଏହା ପରେ ତାଙ୍କର ଆଉ ଏକ ଫିଲ୍ମ ‘ସିମ୍ବା’ ରିଲିଜ୍‌ ହୋଇଥିଲା। ସିମ୍ବା ପରେ ଏବେ ସେ ଇମ୍‌ତିଆଜ୍‌ ଅଲ୍ଲୀଙ୍କ ଏକ ଫିଲ୍ମରେ ନଜର ଆସିବେ ବୋଲି ଜଣାପଡ଼ିଛି । ଯାହାର ଟାଇଟେଲ ଘୋଷଣା କରାଯାଇ ନାହିଁ । ତେବେ ଦୁଇଟି ଫିଲ୍ମରେ ସେ ନିଜ ଅଭିନୟର ଦକ୍ଷତା ଦେଖାଇ ସାରିଛନ୍ତି ବୋଲି ଦର୍ଶକେ କହିବା ଆରମ୍ଭ କରିଛନ୍ତି ।

ସମ୍ବନ୍ଧିତ ଖବର