ମୁମ୍ବାଇ: ସୈଫ୍ ଅଲ୍ଲୀ ଖାନଙ୍କ ଝିଅ ତଥା ଅଭିନେତ୍ରୀ ସାରା ଅଲ୍ଳୀ ଖାନ ନିଜ ମାଆ ଅମ୍ରିତା ସିଂହଙ୍କ ବିଷୟରେ କହିଛନ୍ତି କି ମାଆଙ୍କ ସହ ତୁଳନୀୟା ହେବା ପାଇଁ ମୋତେ ଅନେକ ସମୟ ଲାଗିବ। ତାଙ୍କ ମାଆ ଜଣେ ଦକ୍ଷ ଅଭିନେତ୍ରୀ ହୋଇଥିବା ହେତୁ ତାଙ୍କ ସହ ତୁଳନୀୟା ହେବା ସହଜ କଥା ନୁହେଁ ବୋଲି ସାରା ପ୍ରକାଶ କରିଛନ୍ତି।
ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ବିପକ୍ଷରେ ଅଭିଷେକ କପୁରଙ୍କ ନିର୍ଦ୍ଦେଶିତ ‘କେଦାରନାଥ’ରେ ବଲିଉଡ୍ରେ ଡେବ୍ୟୁ କରିଥିବା ସାରା ରୋହିତ ସେଟ୍ଟୀଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ସିମ୍ବା’ରେ ବି ନଜର ଆସିଛନ୍ତି। ‘ସିମ୍ବା’ ଚଳଚ୍ଚିତ୍ରରେ ସାରାଙ୍କ ବିପକ୍ଷରେ ନାୟକ ସାଜିଛନ୍ତି ରଣବୀର ସିଂହ।
ସାରାଙ୍କୁ ଅନେକ ସମୟରେ ଦର୍ଶକେ ତାଙ୍କ ମାଆ ଅମ୍ରିତା ସିଂହଙ୍କ ସହ ତୁଳନା କରିଥାନ୍ତି। ଅମ୍ରିତା ସିଂହ ତାଙ୍କ ପିଲାବେଳେ ଯେପରି ଦିଶୁଥିଲେ ସାରା ଅବିକଳ ସେହିପରି ଦିଶୁଛନ୍ତି ବୋଲି ଅନେକ ଲୋକେ ମତ ରଖନ୍ତି। ଲୋକଙ୍କ ମୁହଁରୁ ଏପରି କଥା ଶୁଣି ସାରା ନିକଟରେ ନିଜର ଖୁସି ବ୍ୟକ୍ତ କରିଛନ୍ତି।