ରଣବୀରଙ୍କ ‘ଆନିମଲ୍‌’ ଅଡିସନ୍‌ରେ ସାରା ଫେଲ୍‌

‘କବୀର ସିଂହ’ ଚଳଚ୍ଚିତ୍ରର ନିର୍ଦ୍ଦେଶକ ସନ୍ଦୀପ୍‌ ରେଡ୍ଡୀଙ୍କ ଆଗାମୀ ଚଳଚ୍ଚିତ୍ରରେ ଅଭିନେତା ରଣବୀର କପୁର ନଜର ଆସିବେ। ଚଳଚ୍ଚିତ୍ରର ନାମ ‘ଆନିମଲ’ ରହିଛି। ଏଥିରେ ଅନିଲ କପୁର, ବବି ଦେଓଲ ଓ ପରିଣିତି ଚୋପ୍ରା ମଧ୍ୟ ପ୍ରମୁଖ ଭୂମିକାରେ ନଜ ଆସିବେ। ଚଳଚ୍ଚିତ୍ରର ନାମ ଘୋଷଣା ହୋଇସାରିଥିବା ବେ‌ଳେ ଏବେ ଖବର ଆସୁଛି ଯେ ଚଳଚ୍ଚିତ୍ରରେ ରଣବୀରଙ୍କ ବିପକ୍ଷରେ ଅଭିନେତ୍ରୀ ତ୍ରିପ୍ତି ଡିମ୍ରିଙ୍କୁ ମନୋନୀତ କରାଯାଇଛି। ଏହି ଚଳଚ୍ଚିତ୍ର ପାଇଁ କିଛି ବଡ଼ ବଡ଼ ଓ ଲୋକପ୍ରିୟ ଚେହେରା ଅଡିସନ୍‌ ଦେଇଛନ୍ତି। ସାରା ଅଲ୍ଲୀ ଖାନ୍‌ ମଧ୍ୟ ଏଥିପାଇଁ ଅଡିସନ୍‌ ଦେଇଥିଲେ। କିନ୍ତୁ ଫିଲ୍ମର ପ୍ରଯୋଜକ ତ୍ରିପ୍ତିଙ୍କର କାମ ଓ ଅଡିସନ ଟେପ୍‌କୁ ପସନ୍ଦ କରିଛନ୍ତି।

ସମ୍ବନ୍ଧିତ ଖବର