ମୁମ୍ବାଇ: ବଲିଉଡରେ ପ୍ରେମୀଯୁଗଳଙ୍କୁ ନେଇ ଚର୍ଚ୍ଚା ଲାଗି ରହୁଥିବା ବେଳେ ଏବେ ଚର୍ଚ୍ଚାରେ ରହିଛି ଦୁଇ ସାଙ୍ଗଙ୍କ ଯୋଡ଼ି। ସେ ଦୁହିଁଙ୍କ ନାଁ ହେଉଛି ଅଭିନେତ୍ରୀ ସାରା ଅଲି ଖାନ୍ ଏବଂ ଅଭିନେତ୍ରୀ ଜାହ୍ନବୀ କପୁର। ପୂର୍ବରୁ ଦୁହେଁ ପରସ୍ପରକୁ ଜାଣିଥିଲେ ବି ଏବେ ଦୁହିଁଙ୍କ ବନ୍ଧୁତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଦୁହେଁ ନିର୍ଦ୍ଦେଶକ-ପ୍ରଯୋଜକ କରଣ ଜୋହରଙ୍କ ସୋ’ କଫି ଉଇଥ୍ କରଣ ସିଜିନ-୭ରେ ମଧ୍ୟ ନଜର ଆସିବାକୁ ଯାଉଛନ୍ତି। କୁହାଯାଉଛି ଯେ, ଏହି ସୋ’କୁ ଆସି ଦୁହେଁ କେଦାରନାଥରେ ତାଙ୍କ ସହ ଘଟିଥିବା ଘଟଣା ସେୟାର କରିଛନ୍ତି।
କେଦାରନାଥ ଯାତ୍ରା କେତେ କଷ୍ଟକର ଥିଲା ଏବଂ ଦୁହେଁ କିଭଳି ମୃତ୍ୟୁମୁଖରୁ ବଞ୍ଚିଥିଲେ ସେ ବିଷୟରେ ଜଣାଇଛନ୍ତି। ସାରା ଏବଂ ଜାହ୍ନବୀ ସୋ’ରେ କହିଛନ୍ତି ଯେ କେଦାରନାଥରେ ଏତେ ଥଣ୍ଡା ଥିଲା ଯେ ଶୀତବସ୍ତ୍ର ପିନ୍ଧିବା ସତ୍ତ୍ବେ ବି ଆମେ ଉଭୟ ଶୀତରେ ଥରୁଥିଲୁ। ଉପରକୁ ଯିବା ପାଇଁ ଜାହ୍ନବୀ ପାହାଡ଼ ଚଢ଼ି ଯିବା ପାଇଁ କହିବାରୁ ମୋ ଇଚ୍ଛା ନଥାଇ ବି ହଁ କରିଥିଲି। ପାହାଡ଼ ଚଢ଼ିବା ସମୟରେ ଗୋଟିଏ ସ୍ଥାନରେ ଆମେ ଅଟକି ଯାଇଥିଲୁ। ଏହି ସମୟରେ ଜଣେ ପ୍ରଶଂସକ ଆମ ପାଖକୁ ଆସିଥିଲେ। ହେଲେ ସେ ଆମକୁ ସାହାଯ୍ୟ ନକରି କେବଳ ସେଲଫି ନେଇ ସେଠାରୁ ଚାଲିଗଲେ। ଆମେ ସେହି ସ୍ଥାନରେ ୩୦ମିନିଟ ପର୍ଯ୍ୟନ୍ତ ଅଟକି ରହିବା ପରେ ମୋ ଡ୍ରାଇଭର ସ୍ପେଶାଲ ଫୋର୍ସକୁ ସୂଚନା ଦେଇ ଆମକୁ ବଞ୍ଚାଇଥିଲେ। ସେ ସମୟରେ ଏହା ଆମର ଶେଷ ଦିନ ଭଳି ଅନୁଭବ ହୋଇଥିଲା। ସେ ସମୟର କଥା ମନେ ପକାଇ ଆମର ଏବେ ବି ଲୋମ ଟାଙ୍କୁରି ଉଠେ।