ମୁମ୍ବାଇ: ସାରା ଅଲ୍ଳୀ ଖାନ୍‌ ହେଉଛନ୍ତି ବଲିଉଡ୍‌ର ଜଣେ ଫିଟ୍‌ ଏବଂ ଗ୍ଲାମରସ୍‌ ଅଭିନେତ୍ରୀ। ନିଜକୁ ଫିଟ୍‌ ରଖିବ‌ା ପାଇଁ ସାରା ଗଭୀର ପରିଶ୍ରମ କରିଥାନ୍ତି। ନିକଟରେ ‌ସେ ମନୀଷ ମଲହୋତ୍ରାଙ୍କ ଦୀପାବଳି ପାର୍ଟିରେ ଏକଦମ ଜବରଦସ୍ତ ଲୁକ୍‌ରେ ନଜର ଆସିଥିଲେ। ଲେହେଙ୍ଗା ଏବଂ ଡିପ୍‌ ନେକ୍‌ ଚୋଲିରେ ସେ ତାଙ୍କ ଟୋନ୍ଡ ଫିଗରକୁ ପ୍ରଦର୍ଶନ କରିଛନ୍ତି।

Advertisment

ନିକଟରେ ସାରା ଖୁଲାସା କରିଛନ୍ତି ଯେ ମଝିରେ ଥରେ ଛୁଟିରେ ଯିବା କାରଣରୁ ତାଙ୍କ ବେଲି ଫ୍ୟାନ୍‌ ଯଥେଷ୍ଟ ବଢ଼ି ଯାଇଥିଲା। ହେଲେ ପେଟ‌ରେ ଜମିଥିବା ଚର୍ବିକୁ ସେ ମାତ୍ର ୨ ସପ୍ତାହ ମଧ୍ୟରେ ହ୍ରାସ କରିବାରେ ସଫଳ ହୋଇଥିଲେ।

ନିକଟରେ ସାରା ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଷ୍ଟୋରି‌ରେ ଏକ ପୋଷ୍ଟ୍‌ ସେୟାର କରିଥିଲେ। ଷ୍ଟୋରିରେ ସେ ୩ଟି ଭିନ୍ନ ଫଟୋ ସେୟାର୍‌ କରିଛନ୍ତି। ଗୋଟାଏ ଫଟୋରେ ସାରା ତାଙ୍କ ପେଟ ଦେଖାଇ ବସିଥିବାର ନଜର ଆସିଛନ୍ତି। ସେଥିରେ ତାଙ୍କ ପେଟର ଚର୍ବି ସ୍ପଷ୍ଟ ଦେଖିବାକୁ ମିଳିଛି।

ବାକି ଦୁଇଟି ଫଟୋରେ ଲେହେଙ୍ଗା ଚୋଲିରେ ନଜର ଆସିଛନ୍ତି ସାରା। ଯେଉଁଥିରେ ସେ ତାଙ୍କ ପେଟକୁ ଦେଖାଇଛନ୍ତି। ସାରା ଲେଖିଛନ୍ତି, ‘ମୋ‌ତେ ଗୌରବମୟ ଲାଗୁଛି ଯେ ମୁଁ ମାତ୍ର ୨ ସପ୍ତାହରେ ଓଜନ ହ୍ରାସ କରିଦେଲି। ଓଜନ ବୃଦ୍ଧି ସର୍ବଦା ମୋ ପାଇଁ ଏକ ଚ୍ୟାଲେଞ୍ଜ ରହିିଛି।

ତାଙ୍କ ପେଟର ଚର୍ବି କମ୍‌ କରିବାକୁ ସାରା ଦୁଇ ଜଣ ଲୋକଙ୍କୁ ଧନ୍ୟବାଦ ଦେଇଛନ୍ତି। ଗୋଟାଏ ସମୟରେ ସାରାଙ୍କ ଓଜନ ୯୬ କିଲୋ ଥିଲା। ସେ ନିଜର ଓଜନ ହ୍ରାସ କରିବା ପରେ ବଲିଉଡ୍‌ରେ ପ୍ରବେଶ କରିଥିଲେ।